ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ନେଇ ଆଲୋଚନା

Spread the love
ବାଲିଗୁଡା,୧୭/୦୧/୨୨:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି। ଏନେଇ  ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ।ଫଳରେ ଦଳୀୟ ଟିକେଟ ପାଇଁ ନିଜ ନିଜର ନେତାମାନଙ୍କ ପାଖରେ ଲବି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ତେବେ ବିଜୟ ସମ୍ଭାବନା ଥିବା ଶିକ୍ଷିତ ନିଷ୍କଳଙ୍କ ଯୁବକଙ୍କୁ ଦଳ ପ୍ରାର୍ଥୀ ଦେବା  ନେଇ ଚିନ୍ତା କରିଛି। ଏନେଇ ବାଲିଗୁଡ଼ା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ଵରେ ବିଜେଡିର ଏକଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ବିଜେଡି ସଭାପତି ଟୁନା ଦାସ, ଜିଲ୍ଲା ବିଜେଡି ଉପସଭାପତି କ୍ଲେଶ ପ୍ରଧାନ, ସାଧାରଣ ସଂପାଦକ ଲୋକନାଥପାଢୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନନ୍ଦିନୀମଲିକ, ବ୍ଳକ ଉପସଭାପତି ବିଜେଶ୍ଵର ମଲିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର  ସୁଚିନ୍ତିତ ମତବ୍ୟକ୍ତ କରିବା ସହ ସର୍ବସମ୍ମତ କ୍ରମେ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ସେମାନଙ୍କୁ ଜିତାଇବା ପାଇଁ ନିଷ୍ଠା ଓ ଆନ୍ତରିକତାର ସହ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସମିତି ସଭ୍ୟା,ସରପଞ୍ଚ ଏବଂ ୱାର୍ଡ ମେମ୍ବର ପାଇଁ ମଧ୍ଯ ଦଳୀୟଲୋକଙ୍କୁ ଛିଡ଼ା କରିବା ପାଇଁ ଆଲୋଚନା କରିବା ସହ ତାଲିକା ପ୍ରସ୍ତୁତ କରାଯାଇଥିଲା l ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ର ୨. କ.ନୂଆଗାଁ  ୧. ତୁମୁଡିବନ୍ଧ ୧.କୋଟଗଡ଼ ୧ ଜିଲ୍ଲା ପରିଷଦ ଜୋନରେ ବିଜେଡି ଯେପରି ବିଜୟ ଲାଭ କରିବ ସେଥିପ୍ରତି ଦୃଷ୍ଟିଦେଇ ନିର୍ବାଚନ ପ୍ରଚାର କୋଭିଡ଼ ନିୟମ ପାଳନ କରି ପ୍ରଚାର କରିବାଲାଗି ବିଧାୟକ ଚକ୍ରମଣି ପରାମର୍ଶ ଦେଇଥିଲେ। ଦଳ ପୂର୍ବପେକ୍ଷା ଭଲ କରିବ ବୋଲି ବିଧାୟକ ଚକ୍ରମଣି କହଁର , ବିଜେଡି ନେତା ଟୁନା ଦାସ, କ୍ଲେଶ ପ୍ରଧାନ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ଵରେ ବିଜେପିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂଗେସ ଜିଲ୍ଲା ସଭାପତି ଅନାମ ନାୟକ ମଧ୍ୟ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି । ତେବେ ସମସ୍ତଙ୍କଠୁ ବିଜେଡି ଦଳ ପ୍ରଚାର ପ୍ରସାରରେ ଆଗରେ ଥିବା ଦେଖିବାକୁ ମିଳୁଛି  ।ସେପଟେ ଆଜି ପ୍ରାଥୀ ପତ୍ର ଦାଖଲର ପ୍ରଥମ ଦିବସ ରେ କେହି ମଧ୍ୟ ପ୍ରାଥୀ ପତ୍ର ଦାଖଲ କରି ନ ଥିବା ଜଣାପଡିଛି l

Related Posts

About The Author

Add Comment