ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ମେଳଣ

Spread the love

ତିହିଡ଼ି :  ୨/୩/୨୬  (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ମେଳଣ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏକାଦଶୀ ତିଥିରେ ଆରମ୍ଭ ଏହି ମେଳଣ ଦେଖିବାକୁ ସାରା ରାଜ୍ୟ ରୁ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଆସନ୍ତି। ଗ୍ରାମ ଠାକୁରାଣୀ ମା ମଙ୍ଗଳା ଙ୍କ ପୂଜା ଅର୍ଚ୍ଚନା ପରେ ପ୍ରଥମେ ସନ୍ଧ୍ୟା ସମୟରେ ପ୍ରଭୁ ରଘୁନାଥ ଜିୟୁ ମେଳଣ ପଡିଆ କୁ ଏକ ବିରାଟ ପଟୁଆର ରେ ଆସିଥିଲେ। ଶୋଭା ଯାତ୍ରା ଖୁବ୍ ଶୃଙ୍ଖଳା ର ସହିତ ଆରମ୍ଭ ଓ ଶେଷ ହୋଇ ଥିଲା। ରାତି ଏଗାର ଟା ବେଳକୁ ଅପେରା ସ୍ଵର୍ଣ୍ଣ ଲକ୍ଷ୍ମୀ ନାଟକ ପରିବେଷଣ କରି ଥିଲା। ଏହି ମେଳଣ କୁ ପ୍ରାୟ କୋଡିଏ ଟି ବିଭାନ ଆସିଥିଲେ। ଏହି ମେଳଣ କୁ ଶାନ୍ତି ଶୃଙ୍ଖଳା ର ସହିତ ଯେଉଁ ମାନେ ପାଳନ କରି ଥିଲେ ସେମାନେ ହେଲେ କମିଟି ର ସଭାପତି ରମାକାନ୍ତ ଦାଶ, ସମ୍ପାଦକ ବିଦ୍ୟାଧର ନାୟକ,ବରିଷ୍ଠ ସଦସ୍ୟ ଅଜିତ୍ କୁମାର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ ନାୟକ, ଦୁଷ୍ମନ୍ତ କୁମାର ନାୟକ, ଦେବେନ୍ଦ୍ର ପ୍ରସାଦ ମହାନ୍ତି, ପ୍ରବୀର କୁମାର ନାୟକ, ଆନନ୍ଦ ନାୟକ, ପ୍ରଦୀପ କୁମାର ନାୟକ ଓ ମା ମଙ୍ଗଳା ଯୁବକ ସଂଘ ର କର୍ମକର୍ତ୍ତା ମାନେ। ମେଳଣ କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ କରି ଥିବାରୁ ଗ୍ରାମବାସୀ ମାନଙ୍କୁ କମିଟି ପକ୍ଷରୁ ଧନ୍ୟବାଦ୍ ପ୍ରଦାନ କରାଯାଇଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ

Related Posts

About The Author

Add Comment