ତାମିଲନାଡୁ ରେ ଓଡ଼ିଆ ଶ୍ରମିକ ଙ୍କ ସନ୍ଦେହ ଜନକ  ମୃତ୍ୟୁ; ହତ୍ୟା ସନ୍ଦେହ 

Spread the love
ଚାନ୍ଦବାଲି, ୨୭/୦୭/୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲାର ଚାନ୍ଦବାଲି  ବ୍ଲକ ଘଟପୁରୁ ପଞ୍ଚାୟତ ବାଟିଟଙ୍କି ଗ୍ରାମ ର ଶ୍ରୀ ସୁରେନ୍ଦ୍ର ଦତ୍ତ ଙ୍କ ପୁଅ  ସିଲୁ ଦତ୍ତ ଆଜକୁ ପାଞ୍ଚ ବର୍ଷ ହେଲା ଏକ ଘରୋଇ କମ୍ପାନୀ ରେ କାମ କରି ଆସୁଥିଲେ। ତା୨୬.୭.୨୦୨୦ ରିଖ   ସିଲୁ ଙ୍କର  ବିଳମ୍ୱିତ ରାତିରେ ମୃତ୍ୟୁ ଘଟି ଥିଲା।
ପରୋକ୍ଷଦର୍ଶି କହିବାନୁଯାୟୀ  ପର ଦିନ ସକାଳୁ  କାର୍ଯ୍ୟକ୍ଷେତ୍ର ଯିବା ପାଇଁ ତାର ସହଯୋଗୀ ତାଙ୍କୁ ଉଠାଇ ବାକୁ  ଚେଷ୍ଟା କରିଥିଲେ। କିନ୍ତୁ ସିଲୁ ଙ୍କ ଠାରୁ କୌଣସି ପ୍ରତିଉତ୍ତର ମିଳିନଥିଲା। ସେ ପାଖକୁ ଯାଇ ହଲାଇ ଦେବାରୁ ଜାଣିବାକୁ ପାଇଥିଲେ ସିଲୁ ଙ୍କ ର ମୃତ୍ୟୁ ହୋଇସାରିଥିଲା, ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ସହଯୋଗୀ ଙ୍କୁ ଜଣାଇବା ସହ ଶେଷର ତାଙ୍କର ଘର ଲୋକଙ୍କୁ ଖବର ଦିଆଯାଇଥିଲା। ଏହା ଶୁଣିବା ପରେ ସମସ୍ତ ପରିବାର ବର୍ଗ ଏଥିରେ ଅତ୍ୟନ୍ତ ଧର୍ଯ୍ୟ ହରା ହେବା ସହ କାନ୍ଦବୋବଳ କରିବା ସହ ଏକ ଶୋକାକାର ପରିବେଶ ସୃଷ୍ଟି ହୋଇଥିଲା।ସିଲୁ ଏକ ମାତ୍ର ତାଙ୍କ ପରିବାର ର ରୋଜଗାର କ୍ଷମ ହୋଇଥିବାରୁ ପରିବାର ଲୋକ ଏଥିରେ ଭାଙ୍ଗି ପଡିଛନ୍ତି।  ଏହା ବ୍ୟବଛେଦ ପାଇଁଁ ପଠା ଯଇଥିଲା ବେଳେ ମୃତ ର କାରଣ ସ୍ପଟ ହୋଇ ପାରିନାହିଁ। ତେବେ ପରିବାର କିମ୍ବା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅନ୍ୟପଟରେ ତାଙ୍କୁ ସେଠାରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

Related Posts

About The Author

Add Comment