ଯାଜପୁର,ଧର୍ମଶାଳା, ୨୨/୨(ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲା ଜେନାପୁର ଥାନା ଅଧିନ, ତାଳଜଙ୍ଗ ପଞ୍ଚାୟତର,ତଳଗଡଗ୍ରାମର ପ୍ରତିମାବେହେରା ସ୍ୱାମୀ କାଳନ୍ଦୀ ବେହେରା ତାଙ୍କ ନଣଦ କାମିନୀ ବେହେରା ଓ ତାଙ୍କର ଛୋଟ ପୁଅକୁ ଧରି ସେ କବାଟବନ୍ଧ ଷ୍ଟେଟେବ୍ୟାଙ୍କକୁ ତାଙ୍କର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଲୋନ ଆଣିବାକୁ ଯାଇଥିଲେ । ବ୍ୟାଙ୍କ ଆକାଉଣ୍ଟରୁ ୩୫୦୦୦ ଓ ତଳେଥିବା ଏଟିଏମରୁ ଆଉ ୫୦୦୦ଟଙ୍କା ଓ ପାଖରେଥିବା ୨୦୦୦ଟଙ୍କା ମୋଟ ୪୨୦୦୦ତାଙ୍କ ପାଖରେ ଥିଲା । ସେ ବ୍ୟାଙ୍କ ଭିତରୁ ବାହାରି ପଦାକୁ ଯିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଆପାଚ ନାଲି ଓ କଳା ରଙ୍ଗର ଗାଡ଼ିରେ ଆସି ତାଙ୍କୁ ବନ୍ଦୁକ ଦେଖେଇ ତାଙ୍କ ପାଖରୁ ଟଙ୍କା ସହିତ ଗୋଟେ ମୋବାଇଲି ଦୁଇଟି ଆଧାର କାର୍ଡ ଓ ଅନନ୍ୟ ଜରୁରୀ କାଗଜ ପତ୍ର ଛଡାଇ ନେଇଥିଲେ । ଜେନାପୁର ଥାନା ଆଇ ଆଇ ସି ସୁଶାନ୍ତ କୁମାର ଦାସ ସ୍ଥାନିୟ ଲୋକଙ୍କ ଫୋନ ପାଇ ସଙ୍ଗେସଙ୍ଗେ ଆସି ବ୍ୟାଙ୍କ ପାଖରେ ପହଁଞ୍ଚି ଥିଲେ ବ୍ୟାଙ୍କ ସି ସି ଟି ଭି ପୁଟେଜ ଚେକେ କରିଥିଲେ ଅଭିଯୋଗ କାରୀକୁ ଡାକି ଦେଖେଇ ଥିଲେ ସେ ମହିଳା ଜଣଙ୍କ ଦୁର୍ବୁତ୍ତକୁ ଚିନ୍ହି ପାରିଥିଲା । ପୋଲିସ ଆସାମୀକୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।




