ସୁନ୍ଦରଗଡ ତା: ୧୨/୫/୨୦୨୨((ସନ୍ଧାନ ନିଉଜ/ରାଜୁ ପଟେଲ)) ସବଡେଗା ବାଙ୍କପୋଡା ର ମୁଖ୍ୟ ରାସ୍ତାରେ ଜେଡିଜେ ଅଟୋମୋବାଇଲର ଶୁଭଉଦ୍ଘାଟନ ହୋଇଯାଇଛି । ସବଡେ଼ଗା ପରି ଏକ ବ୍ଲକ ରେ ହିରୋ କମ୍ପାନୀର ଏହି ପ୍ରକାର ଅତ୍ୟାଧୁନିକ ଅଟୋମେଟିକ ସର୍ଭିସ ଷ୍ଟେସନ ହେବା ହେତୁ ହିରୋ କମ୍ପାନୀର ଗ୍ରାହକ ମାନଙ୍କର ଖୁସି କହିଲେ ନସରେ କାରଣ ପୂର୍ବରୁ ତାଙ୍କୁ ଗାଡିର ସର୍ଭିସ ପାଇଁ ସୁନ୍ଦରଗଡ ଯିବାପାଇଁ ପଡୁଥିଲା ଯାହାକି ଏବେ ସେହି ସୁବିଧା ଜେଡିଜେ ଅଟୋମୋବାଇଲସ ରେ ପାଇପାରିବେ I ଅଟୋମେଟିକ ସର୍ଭିସ ଷ୍ଟେସନ ସହିତ ଗ୍ରାହକ ମାନଙ୍କପାଇଁ ଏୟାର କଣ୍ଡିସନ ଅପେକ୍ଷା ଗୃହ ଆଦି ସୁବିଧା ଗ୍ରାହକ ମାନଙ୍କ ପାଇଁ ଏଠାରେ ଉପଲବ୍ଧ ଅଛି I ଜେଡିଜେ ଅଟୋମୋବାଇଲସ ର ଯୁବ ମାଲିକ ଶ୍ରୀଯୁକ୍ତ ରାହୁଲ କାଛବାଙ୍କ ଅନୁସାରେ ଆସନ୍ତା ଜୁଲାଇ ମାସ ସୁଦ୍ଧା ଏଠାରେ ହିରୋ କମ୍ପାନୀର ଅତ୍ୟାଧୁନିକ ଇଲେକ୍ଟ୍ରି ଗାଡି ଉପଲବ୍ଧ କରାଇବାର ଯୋଜନା ଅଛି ଯାହାକି ଦିନକୁ ଦିନ ବଢୁଥିବା ତେଲ ଦ୍ୱାରା କୁ ଦୃଷ୍ଟିରେ ରଖି ଏକ ଉଲେଖନୀୟ ପଦକ୍ଷେପ I ଏହି ଉତ୍ସବରେ ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଗଦେଇ କାର୍ଯ୍ୟକ୍ରମର ଉତଘାଟନ କରିଥିଲେ , ତାଙ୍କ ସହିତ ଶ୍ରୀଯୁକ୍ତ ଗୁଲସନ ବାରୁଆ ତଥା ପ୍ରଶାନ୍ତ ସେଠ ଉପସ୍ଥିତ ଥିଲେ ।
ତଲସରା ବିଧାୟକଙ୍କ ଦ୍ୱାରା ସବଡେଗା ଜେଡିଜେ ଅଟୋମୋବାଇଲସର ଶୁଭଉଦ୍ଘାଟନ
|
May 13, 2022 |