ସୁନ୍ଦରଗଡ ତା:୩/୨/୨୦୨୨( ସନ୍ଧାନ ନିଉଜ) ସବଡେଗା ବ୍ଲକ ଅନ୍ତର୍ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏବେ ତ୍ରିମୁଖୀ ଲଢେଇର ସଂଭାବନା ରହିଛି । ଏହି ନିର୍ବାଚନ ପ୍ରଚାରରେ ସବା ଆଗରେ ରହି ସୁନ୍ଦରଗଡ ରେ କୋଟି କୋଟି ଟଙ୍କାର ଅନୁଦାନ ସହିତ ଅନେକ ପ୍ରକାର
ଉପକାରୀ ଯୋଜନା ନେଇ ଆସିଥିବାର ପ୍ରଚାର ନେଇ ମଇଦାନରେ ଓଲ୍ହାଇଛି । ଏହି ଯୋନରେ ବିଜେପି ଓ କଂଗ୍ରେସର ପକେଟ ଥିବା ବେଳେ
ଦୁଇଦଲର କର୍ମୀ ଘରକୁ ଘର ବୁଲି ପଚାର ଚଳାଇଛନ୍ତି ।ଏହି ଯୋନରେ ବିଜେପି ଦଳ ପକ୍ଷରୁ ଫିଲିସିତା ଲାକ୍ରା ମଇଦାନକୁ ଓଲ୍ହାଇଥିବା ବେଳେ
ବ୍ଲକ ସଭାପତି ସୁଜିତ ପଟେଲ ତାଙ୍କ ସମର୍ଥକଙ୍କ ସହ ପ୍ରଚାରରେ ଲାଗିଛନ୍ତି । ସବଡେଗା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ନାଏକଙ୍କ ନେତୃତ୍ୱରେ ପୂର୍ବତନ ଡମକୁଡ଼ା ସରପଞ୍ଚ ଦିଲୀପ ଟେଟେ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରେତ୍ୟେକ ଅଂଚଳର ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ମୁଖ୍ୟତଃ ଏହି ଯୋନ ଆଦିବାସୀ ଅଂଚଳ ହୋଇଥିବା କାରଣରୁ ଏହି ଭୋଟ ନିର୍ଣ୍ଣାୟକ ହୋଇଥାଏ । ବିଜେଡି ପକ୍ଷରୁ ଶ୍ରୀଯୁକ୍ତ ମନୋଜ କୁମାର ବାରୁଆଙ୍କ ନେତୃତ୍ୱରେ ଭୋଟ ଭିକ୍ଷାର ଶୁଭାରମ୍ଭ କରାଯାଇଛି । ବିଜେଡି ସୁପ୍ରିମୋଙ୍କ ଉନ୍ନତି କାର୍ଯ୍ୟ କୁ
ସମ୍ପୁର୍ଣ୍ଣ କରିବାର ଉଦେଶ୍ୟରେ ଓ ଜନ ସାଧାରଣଙ୍କ ହିତପାଇଁ ପ୍ରତିଜ୍ଞା ବଧ ହୋଇ ମଇଦାନକୁ ଓଲ୍ହାଇଥିବା ଜଣାପଡିଛି ।
ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ଯୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀର ପ୍ରଚାର ଆରମ୍ଭ
|
February 3, 2022 |