ତକିଆ ନେଲା ଜୀବନ

Spread the love
କୋଲକାତା, 20/09/2021 (ସନ୍ଧାନ ନିଉଜ) ତକିଆ ତଳେ ଚାପି ହୋଇ ଚାଲିଗଲା ଜଣେ ୨୩ ଦିନର ଶିଶୁ କନ୍ୟ।।ର ଜୀବନ । ଏପରି ଘଟଣା ଘଟିଛି କୋଲକାତାର ମଧ୍ୟମଗ୍ରାମରେ । ସେଠାରେ ରହୁଥିବା ଦିବାକର ମଣ୍ଡଳଙ୍କ ସ୍ତ୍ରୀ ଅପର୍ଣ ଦାସ ୨୩ ଦିନ ତଳେ ଗୋଟିଏ କନ୍ୟା ସନ୍ତାନ ଜନ୍ମ କରିଥିଲେ । ପରେ ସେ ତାଙ୍କର ବାପଘର ପ୍ରଗତି ମଇଦାନ ପୋଲିସ ଷ୍ଟେସନ ଅଞ୍ଚଳରରେ ରହୁଥିଲେ ।

ତେବେ ସୁଚନା ଅନୁସାରେ ଶିଶୁଟି ଶୋଇଥିବା ବେଳେ କାଳେ ଖଟ ତଳକୁ ଖସି ଆସିବ ତେଣୁ ଶିଶୁର ଦୁଇପାଖରେ ତକିଆ ରଖିଦେଇଥିଲେ ମହିଳା ହେଲେ ବିଧିର ବିଧାନ ଥିଲା କିଛି ଅଲଗା ତେଣୁ ଜୀବନ କୁ ଭଲ ଭାବରେ ଦେଖିବା ଆଗରୁ ଚାଲିଗଲା ୨୩ଦିନର ଶିଶୁର ଜୀବନ ।

ପ୍ରତିଦିନ ପରି ଗତକାଲି ମଧ୍ୟ ସେ ଖାଇ ତାଙ୍କ ସନ୍ତାନ ପାଖରେ ଶୋଇବା ପାଇଁ ଯାଇଥିଲେ ହେଲେ ହଠାତ୍ ସେ ଦେଖିଲା ବେଳକୁ ଶିଶୁର ମୁହଁ ତକିଆ ତଳେ ରହିଯାଇଛି । ସେ ସଙ୍ଗେ ସଙ୍ଗେ ତକିଆ କାଢି ଦେଖିଲା ବେଳକୁ ସନ୍ତାନ ଟି କୌଣସି ପ୍ରକାର ଉତ୍ତର ଦେଉନଥିଲା । ତେଣୁ ତାର ଚିକିତ୍ସା ପାଇର୍ ଏନସିଆର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ସେଠାରେ ତାକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ପରେ ପୋଲିସ୍ ଏହି ଖବର ପାଇଁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ଏବଂ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି ।

Related Posts

About The Author

Add Comment