ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟକ୍ଷ ଦେବୀ ମା ରାମ ଚଣ୍ଡୀ ଡାକିଲେ ଓ କରନ୍ତି

Spread the love

ଢେଙ୍କାନାଳ, ୧୦/୧୧/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଆଜିକାଲି ଏ ଆଧୁନିକ ଯୁଗରେ ବିଶ୍ୱାସ ନହେଲେବି କଥାଟି ସତ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ଡାକିଲେ ଓ କରନ୍ତି ସେଠାକାର ପ୍ରତ୍ୟକ୍ଷ ଦେବୀ ମା ରାମ ଚଣ୍ଡୀ ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅଧିନରେ ଥିବା ନଦୀକୂଳିଆ ଗ୍ରାମ ପୁରୁଣା ଅମାଙ୍ଗ (ଡୁବୁରୀ) ଗ୍ରାମ ପାଖ ଦେଇ ବହିଯାଇଛି ବ୍ରାହ୍ମଣୀ ନଦୀ ଆଉ ସେଇ ନଦୀକୂଳରେ ଅବସ୍ଥିତ ମା ରାମ ଚଣ୍ଡୀଙ୍କର ମନ୍ଦିର ଆଜକୁ ପ୍ରାୟ ହଜାର ହଜାର ବର୍ଷ କାଳରୁ  ଏହି ବ୍ରାହ୍ମଣୀ ନଦୀ କୂଳରେ ପୂଜା ପାଉଛନ୍ତି ମା ରାମଚଣ୍ଡୀ । ଦେବୀଙ୍କର ରହିଛି ଅନେକ ଅଲୋକିତ ଶକ୍ତି ଏଠାକୁ ଯେଉଁ ଭକ୍ତ ମାନେ ଯେଉଁ ମାନସିକ କାମନା କରି ଆସିଥାନ୍ତି ତାହା ନିଶ୍ଚିତ  ପୂରଣ ହୋଇଥାଏ ବୋଲି ଏଠାକାର ବାସିନ୍ଦା ମାନଙ୍କ ପାଖରୁ ଶୁଣିବାକୁ ମିଳୁଛି । କିମ୍ବଦନ୍ତୀକହେ(ବ୍ରାହ୍ମଣବାଟି)ଗୋଡ଼ା ଖଣ୍ଡବନ୍ଧ ଗ୍ରାମର ଜଣେ ଗୋପାଳ ନଦୀ ଆରପାଖକୁ ମଇଁଷି ନେଇ ଚରେଇ ବାକୁ ଯାଇଥିବାବେଳେ ହଠାତ୍ ନଦୀରେ ବନ୍ୟା ଜଳ ଆସିଯାଇଥିଲା , ଯେହେତୁ ସେ ସମୟରେ   ବ୍ରାହ୍ମଣୀ ନଦୀରେ ରେଙ୍ଗାଳୀ ଡ୍ୟାମ୍ ହୋଇନଥିଲା ବର୍ଷା ହେଲାମାତ୍ରେ ନଦୀରେବନ୍ୟା ଜଳ ଆସିଯାଉଥିଲା । ନଦୀରେ ବନ୍ୟା ଆସିଯିବାରୁ ବିଚଳିତ ହୋଇ ଗୋପାଳ ଜଣଙ୍କ କଣ କରିବି ଭାବି ମାଙ୍କୁ ଡାକିଥିଲା ହେ ମା ମୋ   ମଇଁଷି ଆଉ ମତେ ନଦୀ ଆରପାରିକୁ ନେଇଯା ମୁଁ ତୋ ପାଖରେ ଗୋଟେ ପୋରୁହ ବଳି ଦେବୀ(ପଣ୍ଡାମଇଁଷି ) ଯେହେତୁ ସେ ସମୟରେ ମାଙ୍କ ନିକଟରେ ବଳି ଦିଆଯାଉଥିଲା ସେ ସେଥିଲାଗି ମାନସିକ କରିଥିଲା । ଏବଂ ତତ୍କ୍ଷଣ ନଦୀର ବନ୍ୟାଜଳ ଶୁଖିଯାଇଥିଲା  ଓ ଗୋପାଳ ଜଣଙ୍କ ଆରାମରେ ମଇଁଷି ସହ ଏପାରିକୁ ପାର ହୋଇ ଆସିଥିଲା । ଆସି ସରିଲା ପରେ ପଣ୍ଡାଟିକୁ ଦେଖି ତାର ବହୁତ ଲୋଭ ହେଲା କହିଲାକି ଏତେ ବଡ ପଣ୍ଡାଟିକୁ ବଳି ଚଢ଼େଇ ଦେବୀ  ମୁଁ ଏ ବଡ଼ ପଣ୍ଡାଟିକୁ ଦେବିନାହିଁ,ଯଦିଓ ମୋର ଏଇ ଛୋଟ ରୋଗିଣା ପଣ୍ଡାଟିକୁ ନବୁ ନେ ନେହେଲେ ମୁଁ କିଛି ପଣ୍ଡା ଫଣ୍ଡା ଦେବୀନାହିଁ କହି ପରିହାସ କରିବାରୁ ମା କ୍ରୋଧିତ ହୋଇ ସଙ୍ଗେ ସଙ୍ଗେ ସେହିଠାରେ ତାକୁ ଓ ତା ମଇଁଷି ମାନଙ୍କୁ ପଥର କରିଦେଇଥିଲେ  ।ଆଜିବି ସେହି ସ୍ଥାନରେ ଦେଖିବାକୁ ମିଳୁଛି ଅଭିଶାପ ପାଇ ପଥର ହୋଇଯାଇଥିବା ଗୋପାଳ ଓ ତା ମଇଁଷି ମାନଙ୍କୁ । ସେହିପରି ଜଣେ ମୁସଲମାନ ସେଇ ବାଟ ଦେଇ ଛେଳି ଓ ଗୋରୁ ବ୍ୟବସାୟ କରିବାକୁ ଯିବା ଆସିବା କରେ ଦିନେ ମା କୁ ଉର୍ଧୁ ଭାଷାରେ ଗାଳି ଗୁଲଜ କରିବା ସହ ତା ଲିଙ୍ଗକୁ ଧରି ମା ଙ୍କ ସାମ୍ନାରେ ପରିସ୍ରାକରିବାକୁ ଲାଗିଲା ସେହିକ୍ଷଣି ମା ସେଇଠାରେ ତାକୁବି ପାଷାଣ କରିଦେଇଥିଲେ ଆଜିବି ସେଠି ଲିଙ୍ଗକୁ ଧରି ପଥର ହୋଇ ପଡିରହିଥିବା ମୁସଲମାନ ମୃତ୍ତିକୁ ଦେଖିବାକୁ ମିଳୁଛି । ସେହିପରି ବର୍ଷକୁ ଥରେ ଆସେ ମାଙ୍କ ମକର ମେଳା ପ୍ରାୟ ସାତଦିନ ଧରି ବହୁ ଧୁମ ଧାମରେ ପାଳିତ ହୁଏ ଏ ମକର  ମହାଯଜ୍ଞ ମେଳା  । ଏଠାକୁ କାହିଁ କେତେ ଦୁର ଦୁରାନ୍ତରୁ ବହୁ ସାଧୁ ସନ୍ଥ ମାନେ ମାଙ୍କ ଯଜ୍ଞରେ ଯୋଗ ଦେବା ଲାଗି  ଧାଇଁ ଆସିଥାନ୍ତି । ଏହି  ଅଞ୍ଚଳବାସୀ ମାନେ ସାତ ଦିନ ଧରି ଆମିଷ ପୋଡ଼ା ପୋଡ଼ି ବାରଣ କରିବା ସହ  ବହୁ ନୀତି ନିୟମ ପାଳନ ରହିଥାନ୍ତି । ଢେଙ୍କାନାଳର  ପଡୋଶୀ ଜିଲ୍ଲା ଯାଜପୁର, ଅନୁଗୁଳ ଓ କଟକ ଜିଲ୍ଲାରୁ ବହୁ ଭକ୍ତ ମାନେ ଧାଇଁ ଆସିଥାନ୍ତି ମା ରାମ ଚଣ୍ଡୀଙ୍କ ଯଜ୍ଞରେ ଯୋଗ ଦେବାପାଇଁ ।ଯଜ୍ଞପୂର୍ଣ୍ଣାହୁତି ଦିନ ମା ଙ୍କୁ ସଵାରୀ ମାଧ୍ୟମରେ  ଖୋଳତାଳ କୀର୍ତ୍ତନ ଶଙ୍ଖ ହୁଳ ହୁଳି ଧୋନୀ ନାଦ ସହ ମାଙ୍କୁ ଗ୍ରାମର ଚର୍ତୁପାର୍ସରେ  ଭ୍ରମଣ କରାଇଥାନ୍ତି ।ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ କରିବା ଲାଗି ଏଠାରେ ବହୁ ବଡ ବଡ ଦୋକାନ ବଜାର ବିଭିନ୍ନ ନାମୀ ଦାମୀ ଜିନିଷ କିଣା ବିକା ହୋଇଥାଏ ମିନା ବଜାର ,ଦୋଳି ଭଜନ, କୀର୍ତ୍ତନ, ପାଲା, ଗୋଟିପୁଅ ନାଚ, ଘୋଡ଼ା ନାଚ ସହ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସବୁ ଶ୍ରଦ୍ଧାଳୁମାନଙ୍କ ଲାଗି କମିଟି ତରଫରୁ ବ୍ୟବସ୍ଥା କରାଯାଇଥାଏ , ଶାନ୍ତି ସୁଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ଆରକ୍ଷି ବାହିନୀ ନିୟୋଜିତ ହୋଇଥାନ୍ତି ।।(ଢେଙ୍କାନାଳରୁ ପ୍ରଶାନ୍ତ ସାମଲଙ୍କ ରିପୋର୍ଟ ସନ୍ଧାନ ନିଉଜ୍ ।

Related Posts

About The Author

Add Comment