ଢାକାରେ ଏକ କେମିକାଲ ଗୋଦାମରେ ଅଗ୍ନିକାଣ୍ଡ: ୫୬ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଂକା

Spread the love

ଢାକା ୨୧/୨ ((ସନ୍ଧାନ ନିଉଜ) ବାଙ୍ଗ୍ଲାଦେଶର ଢାକାରେ ଏକ କେମିକାଲ ଗୋଦାମରେ ଲାଗିଛି ନିଆଁ। ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହି ଅଗ୍ନିକାଣ୍ଡ ଭୟଙ୍କର ଥିଲାଯେ ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଆଖପାଖର ଲୋକ ନିଆଁ ଘେରରେ ଆସି ଯାଇଥିଲେ। ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବା ଆଶା କରାଯାଉଛି। ୨୦୦ ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ଲାଗିଛନ୍ତି। ଏହି ଅଗ୍ନିକାଣ୍ଡ ଗତକାଲି ରାତ୍ର ୧୦ ଟା ୪୦ ମିଲିଟ ସମୟରେ ହୋଇଥିବାର ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏଗି ଅଗ୍ନିକାଣ୍ଡ ଚୌକ ବଜାରରେ ଲାଗିଛି।

Related Posts

About The Author

Add Comment