ବାରିପଦା ୧୯/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ବାରିପଦା ପୌରପରିଷଦ ସାମିଲ ହୋଇଛି । ଯୋଜନାରେ ସହରରୁ ପାଣି ନିଷ୍କାସନ କ୍ଷେତ୍ରରେ କ୍ରେନେଜ୍ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ମାତ୍ର ବାରିପଦା ପୌରପରିଷଦରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଫଳରେ ସାମାନ୍ୟ ବର୍ଷା ହେଲେ ନାଳ ନର୍ଦ୍ଦମାର ଦୂଷିତ ପାଣି ଜନସାଧାରଣଙ୍କ ଘରେ ପଶୁଛି। ୧୫ ତାରିଖ ଦିନ ବର୍ଷା ହେବାରୁ ବାରିପଦା ପୌରପରିଷଦର ୩ ନମ୍ବର ୱାର୍ଡସ୍ଥ ମାଇକିଂ କଲୋନୀ ଏବଂ ୧୭ ନମ୍ବର ୱାର୍ଡ଼ ଅଞ୍ଚଳରେ ଏପରି ସ୍ଥିତି ଉପୁଜିଛି। ମାଇନିଂ କଲୋନୀ ସାହିର କାଶୀନାଥ ମାହାବା ତଥା ଅନ୍ୟମାନଙ୍କ ଘରେ ଏବଂ ୱାର୍ଡ ନମ୍ବର ୧୭ରେ ରଫିକ ଓ ଅରବିନ୍ଦ ବେହେରା ପ୍ରମୁଖଙ୍କ ଘରେ ପାଣି ପଶିଛି । ତେବେ ଖବର ପାଇ ପୌର ପ୍ରଶାସନ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଅନ୍ୟପଟେ ୭ ନମ୍ବର ୱାର୍ଡ ବଗିଚାସାହି, ମଧୁବନ ତଳସାହି ଆଦି ଅଞ୍ଚଳ ସହ ଦୋଳିପଡ଼ିଆ, ଦାରୋଗାଡ଼ାହି ରେଲ ଲେବୁଲ୍ କ୍ରସିଂ, ମନ୍ତ୍ରୀ ଛକ ନିକଟ ବିଭିନ୍ନ ସ୍ଥାନରେ ମଧ୍ୟ ରାସ୍ତା ଉପରେ ପାଣି ଜମା ହୋଇ ରହୁଛି। ଫଳରେ ଜନସାଧାଣଙ୍କ ଗମନାଗମନରେ ବାଧା ସୃଷ୍ଟି ହେଉଛି । ସୂଚନାଯୋଗ୍ୟ; ୩ ନମ୍ବର ୱାର୍ଡ଼ସ୍ ମାଇନିଂ କଲୋନୀ ଏବଂ ୧୭ ନମ୍ବର ୱାର୍ଡ଼ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ଗତବର୍ଷ ଅକ୍ଟୋବର ମାସରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ଚଳିତ ବର୍ଷ ଜାନୁଆରି ମାସରେ ଶେଷ ହେବାର କଥା । କିନ୍ତୁ ପୌରପରିଷଦର ଖାମଖିଆଲି ମନୋଭାବ କାରଣରୁ ତ୍ରେନ୍ କାର୍ଯ୍ୟ ଅଧାରେ ଅଟକି ରହିଯାଇଛି ।
ଡ୍ରେନ୍ ନାହିଁ ଘରେ ପଶିଲା ପାଣି
|
August 19, 2020 |



