ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ ହିତାଧିକାରୀ ଅସନ୍ତୋଷ

Spread the love

ଯାଜପୁର ସଦର, ୩୦ା୦୫: ଯାଜପୁର ଜିଲ୍ଲାରେ ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ପିଲରଙ୍କ କାର୍ଯ୍ୟକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଚି । ଘଟଣାରୁ ପ୍ରକାଶ ଯେ, ବନ୍ଧଡିହ ପଂଚାୟତର ବନ୍ଧଡିହ ଗ୍ରାମର ସରକାରଙ୍କ ନିୟମ ଅନୁଯାଇ ପ୍ରତି ମାସକୁ ମାସ ଡିଲର ମାନେ ବ୍ଲକରୁ ଚାଉଳ ଉଠାଇ ହିତାଧିକାରଙ୍କ ମାନଙ୍କୁ ବାଣ୍ଟିବାର ନିୟମ ରହିଥିଲେ । ସୁଦ୍ଧା ଏଠାରେ ଡିଲରଙ୍କର ମନମୁଖି କାର୍ଯ୍ୟ କରାଯିବାରୁ ହିତାଧିକାରୀ ମାନଙ୍କୁ ୪ ମାସର ଚାଉଳ ନଦେଇ ଡିଲର ପ୍ରଶନ୍ନ କୁମାର ମହାନ୍ତି(ମିିଟୁଆ) ହିତାଧିକାରୀ ମାନଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ୪ ବଦଳରେ କାହାକୁ ୨ ମାସର କାହାକୁ ୧ମାସର ଚାଉଳ ଦୋବରୁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବାରୁ ଏନେଇ ହିାତଧିକାରୀ ମାନେ ରସୁଲପୁର ବିଡ଼ିଓ ଅବନ୍ତିକାନ୍ତ ସାହୁଙ୍କୁ ଲିଖିତ ଆକାରରେ ଅଭିଯୋଗ କରାଯିବା ପରେ ଶ୍ରୀ ସାହୁ ଏମଆଇ ମ୍ୟାଡାମଙ୍କୁ ବନ୍ଧଡିହ ପଠାଇଥିଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଏମଆଇ ମ୍ୟାଡାମ ତଦନ୍ତ କରିବାରୁ ହିତାଧିକାରଙ୍କ ରେସନ କାର୍ଡ ଖାତାରେ ୨ମାସର ଚାଉଳ ଦେଇ ୩ମାସର ଲେଖିବା ଜଣେ ହିତାଧିକାରୀଙ୍କ ୨୪ ମାସର ଚାଉଳ ଦେଇନଥିବାର ଅଭିଯୋଗ କରାଯାଇଥିଲା । ଏନେଇ ଏମଆଇ ଖାଉଟି ମାନଙ୍କ ଖାତାକୁ ଯାଞ୍ଚ କରିବା ଏହା ସତ୍ୟ ପ୍ରକାଶ ପାଇଥିଲା । ଏନେଇ ହିତାଧିକାରୀ ମାନଙ୍କ ଖାତାର ଫୋଟୋ ଉଠାଇ ଏମଆଇ ଷ୍ଟକ ୫୦ କିଲୋ ଚାଉଳ ରହିଥିବା ଡିଲରଙ୍କ ପାଖରେ ଦେଖିବାକୁ ପାଇଥିଲେ । ବିଡିଓଙ୍କୁ ରିପୋର୍ଟ କରିବାପାଇଁ ଗତ ଗୁରୁବାର ଦିନ ତଦନ୍ତ ରିପୋର୍ଟ ଦେବେ ବୋଲି ଏମଆଇ ମ୍ୟାଡାମ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଅନ୍ୟ ଡିଲର ମାନେ ଅପ୍ରେଲ, ମେ, ଜୁନ, ମାସର ଚାଉଳ ବଣ୍ଟନ କରିଥିଲେ । ହିତାଧିକାରୀ ମାନଙ୍କୁ ଡିଲର ଶ୍ରୀ ପ୍ରଶନ୍ନ ମହାନ୍ତି ଭୁତାଇ ଚାଲିଥଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଶ୍ରୀ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଖାଉଟି ସୁରକ୍ଷା ଆଇନି ବଳରେ କାର୍ଯ୍ୟ କରାଯିବା ପାଇଁ ଖାଉଟି ମାନେ ଜିଲ୍ଲାପାଳ ଏବଂ ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ନୂତନ ଡିଲର ନିଯୁକ୍ତି କରିବା ସହିତ ପାଇନଥିବା ଚାଉଳ ବଣ୍ଟନ କରିବାପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment