ବରୀ ୯/୨/୨୬ (ସନ୍ଧାନ ନ୍ୟୁଜ) : ବରୀ ଅଂଚଳର ସୁନାମଧନ୍ୟା ଡ଼ ସୁରେଖା ଓଝା କେବଳ ଡାକ୍ତର ହିସାବରେ ବରୀ ଅଞ୍ଚଳରେ ଯେତିକି ପରିଚିତ ନଥିଲେ ତାଙ୍କର ଚିକିତ୍ସା କ୍ଷେତ୍ରରେ ସମର୍ପଣ ଭାବ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ବିଗତ ଦିନରେ ବରୀ ଭଳି ଏକ ଦୁର୍ଗମ ଅଞ୍ଚଳରେ ସରକାରୀ ଚାକିରି ଛାଡ଼ି ଏକ ସେବାକେନ୍ଦ୍ର ପ୍ରତିଷ୍ଠାକରି ଦୀର୍ଘ ୫୬ ବର୍ଷ ଧରି ଚିକିତ୍ସା ସେବା ଯୋଗାଇ ଦେବା ଓ ଦଶ ହଜାରରୁ ଉର୍ଦ୍ଧ ପ୍ରସବ କରାଇ କେବଳ ଜଣେ ଚିକିତ୍ସିକା ଭାବେ ନୁହେଁ ଜଣେ ମା ହିସାବରେ ଜନ୍ମିତ ଶିଶୁଟିର କିଭଳି ଯତ୍ନ ନିଆଯିବ ସେ କ୍ଷେତ୍ରରେ ପରାମର୍ଶ ଦେବା ଥିବା ତାଙ୍କ ସେବାର ଅନ୍ୟାନ୍ୟ ଉଦାହରଣ। ଶ୍ରୀମତୀ ଓଝାଙ୍କ ଚିକିତ୍ସା ଶୈଳୀ, ନୀତି, ଆଦର୍ଶ ଓ ବ୍ୟକ୍ତିତ୍ୱକୁ ଆଜିର ଯୁବ ଡାକ୍ତରମାନେ ଅନୁକରଣ କରି ସେବାପ୍ରତି ନିଷ୍ଠା ରଖିପାରିଲେ ତାଙ୍କ ଅମର ଆତ୍ମା ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସଭାରେ ଉପସ୍ଥିତ ଥିବା ବକ୍ତା ମାନେ ମତ ରଖିଥିଲେ। ଏହି ସଭାରେ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ନିମାଇଁ ରାୟ ସଭାପତିତ୍ୱ କରିଥିବା ବେଳେ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ, ପୂର୍ବତନ ଅଧକ୍ଷ ସୁବାଷ ବିଶ୍ୱାଳ, ଡ଼ ବିଶ୍ୱନାଥ ତ୍ରିପାଠୀ, ପ୍ରଭାସ ଚନ୍ଦ୍ର ଦାସ, ରମାକାନ୍ତ ମଣ୍ଡଳ, ୰ ଶ୍ରୀମତୀ ଓଝାଙ୍କ ସାନ ଭଉଣୀ ସ୍ଵର୍ଣରେଖା ମହାପାତ୍ର, ସୀତାରାଣୀ ଦେଓ, ପୂର୍ବତନ ପ୍ରଧାନ ଶିକ୍ଷକ ମକର ଧ୍ୱଜ ସାହୁ, ଦିଲ୍ଲୀପ କୁମାର ଦାସ, ପୁର୍ବତନ ବିଧାୟିକା ସୁନନ୍ଦା ଦାସ, ସାମ୍ବାଦିକ ସଞ୍ଜୟ ବେହେରା, ପ୍ରଶାନ୍ତ ଦ୍ବିବେଦୀ, ସାଗର ବେଉରିଆ, ସୁରେଶ କର, ବିଶ୍ୱ ଭୂଷଣ ଜେନା, ପୁଷ୍ପଗିରି ସାହିତ୍ୟ ପରିଷଦର ସଭାପତି ଦୁଃଖିଶ୍ୟାମ ଜେନା ଉପସ୍ଥିତ ରହି ୰ଶ୍ରୀମତୀ ଓଝା ଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ଡାକ୍ତର ସୂରେଖା ଓଝା ଚିକିତ୍ସା ସେବା ସମର୍ପିତ ମନୋଭାବର ଉଦାହରଣ
|
February 9, 2026 |



