ଜେନାପୁର/୨୦/୪ (ସନ୍ଧାନ ନିୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ହିଙ୍ଗୁଳା ଯାତ୍ରା ପଡ଼ିଆରେ ଏକ ଷ୍ଟଲ ଖୋଲି ଲୋକ ମାନଙ୍କୁ ସଚେତନ କରୁଛନ୍ତି ଯୁବ ଡାକ୍ତର ନିହାର ରଞ୍ଜନ କର। ଏଠାରେ ବହୁ ପୁରାତନ ହିଙ୍ଗୁଳା ଯାତ୍ରା ଚାଲୁ ରହିଥିବା ବେଳେ ବିଭିନ୍ନ ଦୋକାନ ବଜାର ମଧ୍ୟ ଖୋଲା ଯାଇଛି। ଡାକ୍ତର କରଙ୍କ ନିଆରା ପ୍ରୟାସ ରେ ଏଠାରେ ଦେଖିବାକୁ ମିଳିଛି,ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ ସଚେତନତା ତଥା ଅଙ୍ଗ ଦାନ ଉପରେ ବିଶେଷ ଭାବେ ଲୋକ ମାନଙ୍କୁ ଅବଗତ କରାଯାଉଛି। ମୃତ୍ୟୁ ପରେ ନିଜ ଶରୀର ର ବହୁ ମୂଲ୍ୟବାନ ଅଙ୍ଗ ଯଥା ଆଖି, ହୃତପିଣ୍ଡ, ବୃକକ୍,ଯକୃତ, ଫୁସଫୁସ,ଇଣ୍ଟେଷ୍ଟାଇନ,ଅଗ୍ନାଶୟ, ରକ୍ତ,ଆଦି ନିଆଁ ରେ ଜାଳି କିମ୍ବା ମାଟି ରେ ପୋତି ନଷ୍ଟ କରିବା ଅପେକ୍ଷା ଆଉ କାହାର ଆବଶ୍ୟକତା ପୂରଣ କରି ଜୀବନ ବଞ୍ଚେଇ ପାରିଲେ ତାହା ଆମ ପାଇଁ ସର୍ବ ଶ୍ରେଷ୍ଠ ଦାନ ହେବ ବୋଲି ମେଳା ରେ ବୁଲିବାକୁ ଆସୁଥିବା ହଜାର ହଜାର ଦର୍ଶକ ଏବଂ ଭକ୍ତ ମାନଙ୍କୁ ଅବଗତ କରୁଛନ୍ତି। ଡାକ୍ତର କର ଙ୍କ କହିବା ଅନୁଯାୟୀ ଆମେ ଜୀବନ ରେ ଆମେ ଜୀବିତ ଅବସ୍ଥାରେ ଅର୍ଥଦାନ, ଭୋଜନ ଦାନ,ବସ୍ତ୍ର ଦାନ,ଶ୍ରମଦାନ,ଆଦି କରି ଉପକାର କରୁଛନ୍ତି। କିନ୍ତୁ ଆମେ ମୃତ୍ୟୁ ପରେ ବି କିଛି ଦାନ କରି ସବୁଦିନ ପାଇଁ ଅମର ହୋଇ ପରିବା।ଆମେ ଅଙ୍ଗଦାନ କରି ଅନ୍ୟ ର ଜୀବନ ବଞ୍ଚାଇବା ଏବଂ ସେହି ପରିବାର ରେ ଖୁସି ଆଣିବା ଏହା ହିଁ ଆମର ସବୁଠାରୁ ବଡ଼ ପୂଣ୍ୟ।ଏହି ଅଭିଯାନ ରେ ଡାକ୍ତର କର ଙ୍କ ସହିତ ସଚେତନ ନାଗରିକ ମଞ୍ଚ ର କର୍ମକର୍ତ୍ତା ଏବଂ ସ୍ଥାନୀୟ ଯୁବକ, ମାନେ ସହଯୋଗ କରୁଛନ୍ତି। ଡାକ୍ତର ଙ୍କ ଏଭଳି ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ପ୍ରସଂଶା କରୁଛନ୍ତି।
ଡାକ୍ତର ନିହାର କରଙ୍କ ନିଆରା ପ୍ରୟାସ .ଅଙ୍ଗଦାନ ପାଇଁ ସ୍ୱତନ୍ତ୍ର ସଚେତନତା।
|
April 21, 2024 |



