ଡାକ୍ତରଙ୍କ ଘର ଆଗରେ ବେଆଇନି ଗୃହ ନିର୍ମାଣ, ପ୍ରତିବାଦ କରିବାରୁ ସରପଞ୍ଚ ପ୍ରତିନିଧିଙ୍କ ନାଲି ଆଖି

Spread the love

ଭୁବନେଶ୍ୱର, ୨୪/୧୦/୨୦୨୧ (ସନ୍ଧାନ ନିଉଜ) : କିଶନନଗର ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା ! ଏହି ଥାନା ଉଦୟପୁର ଗାଁ’ର ଜନୈକ ଡାକ୍ତର ଏବଂ ତା’ଙ୍କ ଦାଦାଙ୍କ ପରିବାର ପକ୍ଷରୁ ସୁଦଖଣ୍ଡି ପଞ୍ଚାୟତର ମହିଳା ସରପଞ୍ଚଙ୍କ ଦେଢ଼ସୁର କିପରି ତାଲିବାନୀ ଶାସନ ଚଳାଇଛନ୍ତି, ଏହାକୁ ନେଇ ପୀଡିତ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ! ଏହା ଏପରି ଏକ ପଞ୍ଚାୟତ ଯେଉଁଠି ଚାଲିଛି ସରପଞ୍ଚଙ୍କ ନାଆଁରେ କା’ ସରପଞ୍ଚଙ୍କ ହୁକୁମାତି ! ପଞ୍ଚାୟତର ମହିଳା ସରପଞ୍ଚ କେବଳ ନାମକୁ ମାତ୍ର ନିର୍ବାଚିତ ଲୋକ ପ୍ରତିନିଧି ! ବାସ୍ତବରେ ଏହି ସୁଦୁଖଣ୍ଡି ପଞ୍ଚାୟତରେ କୁଆଡେ ସର୍ବେସର୍ବା ତା’ଙ୍କ ଦେଢ଼ସୁର ପ୍ରଭାତ ରାଉତରାୟ ! ଏତେ ପ୍ରଭାବଶାଳୀ ଏହି ବାବୁ ଜଣଙ୍କ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ସ୍ଥାନୀୟ ଉଦୟପୁର ମୌଜାର ପ୍ଲଟ ନମ୍ବର 923 ରେ ଦୀର୍ଘ 25 ବର୍ଷଧରି ସ୍ଥାୟୀଭାବେ ବସବାସ କରିଆସୁଥିବା ୨ଟି ପରିବାରକୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ ହରକତ କରିବାକୁ ସେ ପଛାଇନାହାନ୍ତି ! ଏପରିକି ବିଜୟ ପରିଡାଙ୍କ ଘର ସାମ୍ନାରେ ଥିବା ଜମି ଉପରେ ସରକାରୀ ଅର୍ଥରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରକୁ ଦୋକାନ ଘର କରିବାକୁ ଅନ୍ୟ ଲୋକଙ୍କୁ ଭଡାରେ ଦେଇଦେଇଛନ୍ତି ! ଏସବୁ ସତ୍ୱେ ୨ଟି ପରିବାରକୁ ଜବତ କରିବାକୁ ସେମାନଙ୍କ ଘର ସାମ୍ନାରେ ରାସ୍ତା ଅବରୋଧ କରି ନୂଆ ମାର୍କେଟ କଂପ୍ଲେକ୍ସ ତିଆରି ଆରଂଭ କରିବାକୁ ପଛାଇ ନାହାନ୍ତି ! ଏହି ଘଟଣାକୁ ନେଇ ବିଜୟଙ୍କ ପରିବାର ସ୍ଥାନୀୟ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ! ଏଥିରେ ଅଧିକ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କ ତଥା କଥିତ ପ୍ରତିନିଧି ପ୍ରଭାତ ରାଉତରାୟ କୁଆଡେ ବିଜୟ ପରିଡାଙ୍କ ପରିବାରକୁ ଧମକ ଚମକ ଦେବା ଥାନାରେ ରିପୋର୍ଟ ହୋଇଛି ! ପ୍ରଶାସନ ନିକଟରେ ଅଭିଯୋଗ ସତ୍ୱେ ସୁଦୁଖଣ୍ଡି ପଞ୍ଚାୟତ ପକ୍ଷରୁ ଉପରୋକ୍ତ ସରକାରୀ ଜମି ଉପରେ ମାର୍କେଟ କଂପ୍ଲେକ୍ସ ନିର୍ମାଣକାର୍ଯ୍ୟ ଜାରିରହିବା ପଛରେ ପ୍ରଶାସନର ଅସଲ ଉଦ୍ଦେଶ୍ୟ ବୁଝା ପଡୁନି ! ଏହା ଉପରେ ରୋକ ଲଗା ନଗଲେ ଆଗକୁ ପୀଡିତ ପରିବାର ଜିଲ୍ଲାପାଳଙ୍କ ଦପ୍ତର ଆଗରେ ଧାରଣା ଦେବାକୁ ସୂଚନା ଦେଇଛନ୍ତି ! ସରପଞ୍ଚଙ୍କ ଦୁରଦୃଷ୍ଟି ଅଭାବରୁ ଓ ତାଙ୍କ ଦେଢ଼ସୁରଙ୍କ ଆକ୍ରୋଶ ମନୋଭାବ ଯୋଗୁଁ ଦୀର୍ଘ ବର୍ଷବର୍ଷ ତଳୁ ରହି ଆସୁଥିବା ଜଣେ ଡାକ୍ତରଙ୍କ ପରିବାର ସେମାନଙ୍କ ପୈତୃକ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡିଛି ! ସେମାନେ ଘରୁ ରାସ୍ତାକୁ ଯିବାକୁ ହେଲେ ଉକ୍ତନିର୍ମାଣାଧୀନ ମାର୍କେଟ କଂପ୍ଲେକ୍ସ ପ୍ଲଟଦେଇ ସରକାରୀ ରାସ୍ତାକୁ ଯିବାକୁ ପଡେ ! ଏହି ପ୍ଲଟ ଉପରେଥିବା ବଡ଼ବଡ଼ ଗଛକୁ ବେଆଇନି ଭାବେ ସରପଞ୍ଚଙ୍କ ପକ୍ଷରୁ କାଟିଦିଅଯାଇଥିଲା ବୋଲି ଅଭିଯୋଗ ହୋଇଛି ! ଫଭିଓ -ଆଗକୁ ପଂଚାୟତ ନିର୍ବାଚନ ! ସ୍ଥାନୀୟ ସୁଦୁଖଣ୍ଡ ସରପଞ୍ଚଙ୍କ ଓ ତାଙ୍କ ପ୍ରତିନିଧିଙ୍କ ଆକ୍ରୋଶ ମୂଳକ କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ ! ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହ ପୀଡିତ ପରିବାରକୁ ନ୍ୟାୟ ଦେବାକୁ ସାଧାରଣରେ ଦୃଢ ଦାବୀ ହୋଇଛି !

Related Posts

About The Author

Add Comment