ଚଣ୍ଡିଖୋଲ, ୬/୯୬/୯ (ସନ୍ଧାନ ନିୟୁଜ)-୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ପୋଲିସ ସୁତ୍ରରୁ ପ୍ରକାଶ ବାଲେଶ୍ୱର ଜିଲା ଖଏରା ଥାନା ଅନ୍ତର୍ଗତ ଡ଼ୁଙ୍ଗୁରା ସିମୁଳିଆ ଗ୍ରାମର ବୁଦ୍ଧିରାମ ସିଂଙ୍କ ପୁଅ ଜିତେନ୍ଦ୍ର ସିଂ (୨୧) ନିଜ ୟ୍ୟାମ୍ା ଫେଜର ବାଇକ୍ ନଂ ଓ.ଡ଼ି ୨୨ ଏଚ୍ ୯୯୦୮ ଯୋଗେ ବାଲେଶ୍ୱରରୁ ଭୂବନେଶ୍ୱର ଦୃତ ଗତିରେ ଯାଉଥିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ନଂ ଓ.ଆର ୦୪ ଇ ୧୬୬୫ ପଛରେ ଏତେ ଜୋରରେ ପିଟି ହୋଇଥିଲା ଯେ ଫଳରେ ଘଟଣା ସ୍ଥଳରେ ଯିତେନ୍ଦ୍ରଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ପ୍ରସାଦ ବେହେରା ଓ ଅମୀୟ ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକର ଶବକୁ ସ୍ୱର୍ଗରଥରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଖବର ପାଇଁ ପରିବାର ଲୋକ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଛେଦ ପରେ ଶବକୁ ନିଜ ଗ୍ରାମକୁ ନେଇଥିଲେ । ପ୍ରକାଶ ଥାଉକି ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଟ୍ରାଫିକ୍ ଠାରୁ ଚଣ୍ଡିଖୋଲ ଫାଣ୍ଡି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବେଆଇନ ଭାବେ ଗାଡ଼ି ପାର୍କିଂ କରିବା ଫଳରେ ଦୃର୍ଘଟଣାମାନ ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ଏହି ବେଆଇ ପାର୍କିଂ ପୋଲିସ ଓ ଟ୍ରାଫିକ ପୋଲିସର ଅପାରଗତା ପାଇଁ ସୃଷ୍ଟି ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟୁଅଛି । ରାଜପଥର ଉପରେ ମୁଖ୍ୟ ରାସ୍ତା ଉପରେ ଗାଡି ବେଆଇନ ପାକିଂ ଏବଂ ପାଶ୍ୱର୍ବତୀ ରାସ୍ତା ଉପରେ ବେଆଇନ ଭାବରେ ଉଠାଦୋକାନୀ ବସିଯିବାରୁ ଅନେକ ସମୟରେ ଟ୍ରାଫିକ ଜାମ ହୋଉଅଛୀ । ପୋଲିସ ଏଥିପ୍ରତି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବାକୁ ଅନିଛା ପ୍ରକାଶ କରୁଥିବାରୁ ପ୍ରତି୍ଦିନ ଦୁର୍ଘଟଣା ଘଟି କିଏ ଆହତ ହେଉଛି ତ କାହାର ଜୀବ ଚାଲିଯାଉଅଛି । ରାସ୍ତା ଉପରୁ ଅବରୋଧ ହଟାଇବା ପାଇଁ ସାଧାରଣରେ ଦାବୀ ହେଉଛି ।
ଟ୍ରକ ପଛରେ ବାଇକ୍ ପିଟି ହୋଇ ଯୁବକ ମୃତ
|
September 6, 2019 |