ବଳାଙ୍ଗୀର, ୯/୧୦ (ସନ୍ଧାନ ନିଉଜ) : ବଲାଙ୍ଗୀର ଅଞ୍ଚଳରେ ଟ୍ରକ ଚାଳକଙ୍କୁ ଜଣେ ପୁଲିସ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ ବୁଧବାର ହାବିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଡିଜିଙ୍କ ନିର୍ଦେଶ କ୍ରମେ ଡିଆଇଜି ହାବିଲଦାରଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।
ସୂଚନା ମୁତାବକ, ବଲାଙ୍ଗୀର ଜିଲା କଣ୍ଟାବାଞ୍ଜୀ ଥାନାର ସଂକୀର୍ତନ ପଟେଲ ନାମକ ହାବିଲଦାର ଜଣେ ଟ୍ରକ୍ ଚାଳକଙ୍କୁ ଲାଞ୍ଚ ମାଗିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବାପରେ ସଂପୃକ୍ତ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।
ଟ୍ରକ ଚାଳକଙ୍କୁ ଲାଞ୍ଚ ମାଗିବା ଘଟଣାରେ ହାବିଲଦାର ନିଲମ୍ବିତ
|
October 9, 2019 |
