ଟିଏମସିର ଗୁଣ୍ଡାରାଜ୍‌, ଭବାନୀପୁର ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲା ବିଜେପି

Spread the love

କୋଲକାତା, (ସନ୍ଧାନ ନିଉଜ) : ଆଜି ଶେଷ ହୋଇଛି ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର । ଭବାନୀପୁରକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ଭବାନୀପୁର ଉପନିର୍ବାନ ପାଇଁ ପ୍ରଚାର ଜୋରଦାର କରାଯାଇଛି । ଭବାନୀପୁରରୁ ଖୋଦ୍ ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ଦିଦିଙ୍କୁ ଏହି ଆସନ ପାଇଁ କଡ୍ଡା ଟକ୍କର ଦେଉଛନ୍ତି ବିଜେପିର ପ୍ରୀୟଙ୍କା ଟେବ୍ରେୱାଲ ।

ତେବେ ଆଜି ପ୍ରଚାର ଶେଷ ଦିନରେ ପୂର୍ବ ଭଳି ଟିଏମସିର କୁଣ୍ଡାରାଜ୍ ଦେଖିବାକୁ ମିଳିଛି । ଭବାନୀପୁରରେ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଟିଏମସି କର୍ମୀ ମାଡ ମାରି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି ।

ଏବେ ଏହାକୁ ନେଇ ଭବାନୀପୁର ଅଶାନ୍ତ ରହିଥିବା ବେଳେ ଭବାନୀପୁର ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ୍ ଘୋଷ । ନିର୍ବାଚନ ସମୟରେ ଟିଏମସି ଦ୍ୱାରା ସବୁ ସମୟରେ ରାଜନୈତିକ ହିଂସାକାଣ୍ଡ ଘଟାଯାଉଥିବା ବେଳେ ଏବେ ଏହା ଅସହ୍ୟ ହୋଇପଡିଛି ବୋଲି ବିଜେପି ଅଭିଯୋଗ କରିଛି ଆଉ ଏହି ପରିସ୍ଥିତିରେ ସଠିକ୍ ନିର୍ବାଚନ ହୋଇପାରିବ ନାହିଁ ବୋଲି ଦିଲୀପ ଘୋଷ ଦାବି କରି ନିର୍ବାଚନ ଘୁଞ୍ଚାଇବାକୁ ଦାବି ଜଣାଇଛନ୍ତି ।

ଅନ୍ୟପଟେ ଆଉ ଦୁଇ ଦିନ ପରେ ଭବାନୀପୁର ଉପନିର୍ବାଚନ ହେବାକୁ ଯାଉଛି ନନ୍ଦୀଗ୍ରାମରେ ଦିଦି ହାରିବା ପରେ ନିଜ ଆସନ ବଞ୍ଚାଇବା ପାଇଁ ଭବାନୀପୁର ଏକମାତ୍ର ମାଧ୍ୟମ ରହିଛି ତେଣୁ କଳେବଳେ କୌଶଳେ ଗାଦି ହାତେଇବା ପାଇଁ ଟିଏମସି ପ୍ରୟାସ ଜାରି ରଖିଛି ।

Related Posts

About The Author

Add Comment