ଟାଟା ହାତକୁ ଗଲା ଏୟାର ଇଣ୍ଡିଆ ମାଲିକାନା

Spread the love

ନୂଆଦିଲ୍ଲୀ, ୦୮/୧୦/୨୦୨୧ (ସନ୍ଧାନ ନିଉଜ): ଟାଟା ହାତକୁ ଗଲା ଏୟାର ଇଣ୍ଡିଆ ମାଲିକାନା । ୬୮ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆ ମାଲିକାନା ଟାଟା ସନ୍ସ ହାତକୁ ଯାଇଛି ।ତେବେ ଆଜି ବିଡ୍ ଜିତିବା ପରେ ଏୟାର ଇଣ୍ଡିଆ କମ୍ପାନୀ ଟାଟା ଗୃପ୍ ହାତକୁ ଯିବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ । ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନି ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନିକୁ ୧୮,୦୦୦ କୋଟି ଟଙ୍କାରେ କିଣିଛି । ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା ସନ୍ସ ୩ଟି ଏୟାରଲାଇନ୍ସର ମାଲିକ ପାଲଟିଛି । ଟାଟା କମ୍ପାନୀ ଚାହିଁଲେ ଏୟାର ଇଣ୍ଡିଆର ନାମ ଏବଂ ଲୋଗୋ ପରିବର୍ତ୍ତନ କରିପାରିବ ମାତ୍ର ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ବର୍ଷିଆ ସର୍ତ୍ତ ରଖାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ବିମାନ ଉଡାଣ କମ୍ପାନୀ ନାମରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏୟାର ଇଣ୍ଡିଆ କମ୍ପାନୀର ଜମି ଓ ମୁଖ୍ୟ କାର୍ଯ୍ୟାଳୟ ଗୁଡିକ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରିବ ।

Related Posts

About The Author

Add Comment