ଟଙ୍କା ନ ଦେବାରୁ ପ୍ରସୂତିଙ୍କୁ ନେଲାନି ଆମ୍ବୁଲାନ୍ସ

Spread the love

ଖଇରା, 04.12.2020 (ଲିଙ୍ଗରାଜ ପଣ୍ଡା); ମାତ୍ର ଶହେ ଟଙ୍କା ପାଇଁ  ଆଜି ଜଣେ ପ୍ରସୂତିଙ୍କୁ ଆମ୍ବଲାନ୍ସ କର୍ମଚାରୀ ଡାକ୍ତରଖାନା ନନେଇ ଛାଡ଼ି ପଳେଇବୀ ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଇରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଭିଯୋଗ ଅନୁସାରେ, ଔପଦା ଥାନା ଅଧୀନ ଦରଖୋଳି ଅଞ୍ଚଳର ସସ୍ମିତା ବାରିକ(୨୪)ଙ୍କ ପ୍ରସବ ପାଇଁ ଆଜି ଅପରାହ୍ନରେ ପରିବାର ଲୋକେ ୧୦୨ ଆମ୍ବଲାନ୍ସ ଯୋଗେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ହେଲେ ସସ୍ମିତାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ଵର ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରେ ପରିବାର ଲୋକେ ଉକ୍ତ ଆମ୍ବଲାନ୍ସ ଡ୍ରାଇଭରଙ୍କୁ ବାଲେଶ୍ଵର ବଡ଼ ଡାକ୍ତରଖାନାକୁ ନେବାକୁ କହିଥିଲେ। କିନ୍ତୁ ଆମ୍ବଲାନ୍ସ ଡ୍ରାଇଭର ରୋଗୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ  ମୁଁ ଔପଦାରୁ ଖଇରା ଡାକ୍ତରଖାନା ଆଣିବା ବାବଦକୁ  ୧୦୦ ଟଙ୍କା ମାଗିଥିଲେ। ପରିବାର ଲୋକେ ଟଙ୍କା ନଦେବାରୁ ଡ୍ରାଇଭର ସେଠାରୁ ଆମ୍ବଲାନ୍ସ ନେଇ  ପଳେଇ ଯାଇଥିଲେ  ବହୁ ସମୟ ଅପେକ୍ଷା କରିବା ପରେ ପରିବାର ଲୋକେ ଅନ୍ୟ ଏକ ଆମ୍ବଲାନ୍ସରେ ସସ୍ମିତାଙ୍କୁ ବାଲେଶ୍ବର ଆଣିଥିଲେ। କିଛି ମାସ ତଳେ ଖଇରା ଡାକ୍ତରଖାନା ପରିସରରେ ୧୦୨ ଆମ୍ବଲାନ୍ସ ଡ୍ରାଇଭର ଜଣେ ପ୍ରସୂତିଙ୍କୁ ଡାକ୍ତରଖାନା ନେବା ପାଇଁ  ୫୦୦ ଟଙ୍କା ମାଗିଥିଲେ। ପରିବାର ଲୋକେ ଟଙ୍କା ନଦେବାରୁ ଆମ୍ବଲାନ୍ସ କର୍ମଚାରୀ ପରିବାର ଲୋକ ଓ ଆଶା କର୍ମୀଙ୍କୁ ଗାଡ଼ିରୁ ଓହ୍ଲାଇ ପ୍ରସୂତିଙ୍କୁ ନେଇ  ପଳାଇଥିଲେ  ବାରମ୍ବାର ଆମ୍ବଲାନ୍ସ କର୍ମଚାରୀ ଏଭଳି  ରୋଗୀଙ୍କୁ ଶୋଷଣ କରିବା ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଉକ୍ତ ଆମ୍ବଲାନ୍ସ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

 

 

Related Posts

About The Author

Add Comment