ଝୁମ୍ପୁରା ଟାଉନରେ ପଶିଲେ ବଣୁଆ ହାତୀପଲ : ଭୟଭୀତ ଅଞ୍ଚଳବାସୀ
ଝୁମ୍ପୁରା ଟାଉନରେ ପଶିଲେ ବଣୁଆ ହାତୀପଲ : ଭୟଭୀତ ଅଞ୍ଚଳବାସୀ
Sandhan News |
January 2, 2019 |
କେନ୍ଦୁଝର, ୧ ଜାନୁୟାରୀ ୨୦୧୯ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ପ୍ରାୟତଃ ବର୍ଷର ବିଭିନ୍ନ ସମୟରେ ବାରମ୍ବାର ବଣୁଆ ହାତୀପଲଙ୍କ ଉପଦ୍ରବ ଲାଗି ରହୁଥିବା ବେଳେ ଏବେ ଇଂରାଜୀ ନୂଆବର୍ଷର ନୂଆ ସକାଳରେ ଉପହାର ସଦୃଶ୍ୟ ୯ଟି ହାତୀ ରହିଥିବା ଏକ ବଣୁଆ ହାତୀପଲ ଝୁମ୍ପୁରା ଟାଉନ୍ ରେ ଉଭା ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି।। ଏହି ବଣୁଆ ହାତୀପଲରେ ସମୁଦାୟ ୯ଟି ହାତୀ ରହିଥିବା ବେଳେ, ସେ ମଧ୍ୟରେ ୩ଟି ଛୁଆହାତୀ ଏବଂ ଗୋଟିଏ ଦନ୍ତାହାତୀ ରହିଛନ୍ତି। ଏହି ବଣୁଆ ହାତୀ ଦଳଟିରେ ସମୁଦାୟ ୧୧ଟି ହାତୀ ରହୁଥିବା ବେଳେ ବର୍ତମାନ ଉକ୍ତ ଦଳରୁ ୩ଟି ହାତୀ ଅଲଗା ହୋଇ ଯାଇଥିବା ବନ ବିଭାଗ ସୂଚନା ଦେଇଛି। ଜଙ୍ଗଲ ପାଶ୍ୱବର୍ତ୍ତି ଗାଁ ଗୁଡିକରେ ହାତୀପଲ ପ୍ରାୟତଃ ବର୍ଷ ତମାମ ଉତ୍ପାତ କରୁଥିବା ବେଳେ, ଏବେ ପ୍ରଥମ ଥର ଝୁମ୍ପୁରା ଟାଉନରେ ହାତୀପଲ ପଶିବା ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ଦିନ ତମାମ ହାତୀପଲ ତହସିଲ କାର୍ଯ୍ୟାଳୟ ପାଶ୍ୱର୍ରେ ତଥା ବ୍ଲକ କାର୍ଯ୍ୟାଳୟର ସମ୍ମୁଖ ଭାଗରେ ରହିଥିବା ଆମ୍ବ ବଗିଚାରେ ରହିଛନ୍ତି। ୧୦୦ମିଟର ପରିଧି ମଧ୍ୟରେ ରହିଥିବା ଆମ୍ବ ବଗିଚାର ୨ପାର୍ଶ୍ୱରେ ତାରଜାଲି ରହିଥିବା ବେଳେ, ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱଟି ପାଚେରୀ ରହିଛି। ହାତୀପଲ ବଗିଚାର ଗେଟ ଭାଙ୍ଗିବା ସହିତ, ପାଚେରୀର କିଛି ଅଂଶ ଭାଙ୍ଗି ଦେଇଛନ୍ତି। ବହୁ ସଂଖ୍ୟାରେ ଆମ୍ବଗଛ ମଧ୍ୟ ନଷ୍ଟ ହୋଇଛି। ଆମ୍ବ ବଗିଚାର ଚର୍ତୁପାର୍ଶ୍ୱରେ ବହୁଲୋକ ଜମା ହେବା ଏବଂ ପାଟିଗୋଳ, ହାତୀପଲଙ୍କ ଦ୍ୱାରା କୌଣସି ଅଘଟଣ କୁ ଏଡାଇ ଦିଆଯାଇ ପାରିବ ନାହିଁ। ଖବର ପାଇବା ପରେ ବନ ବିଭାଗ, ପୋଲିସ ଏବଂ ଅଗ୍ନଶମ ବିଭାଗର ବହୁ ସଂଖ୍ୟକ କର୍ମଚାରୀ ଚତଃୁପାର୍ଶ୍ୱରେ କର୍ଡନ କରିବା ସହିତ ଲୋକଙ୍କୁ ଆମ୍ବ ବଗିଚା ଭିତରକୁ ଛାଡୁ ନାହାଁନ୍ତି। ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ହାତୀପଲ ନିକଟକୁ ନ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଉଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଯାଇଛି। ଜଙ୍ଗଲ ନଷ୍ଟ ସହିତ ଖାଦ୍ୟାଭାବ ଯୋଗୁଁ ହାତୀପଲ ବଜାର ଅଂଚଳରେ ପ୍ରବେଶ କରୁଥିବା ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ହାତୀପଲ ଆମ୍ବ ବଗିଚାରେ ହିଁ ରହିଛନ୍ତି। ବିଳମ୍ବିତ ରାତ୍ରୀରେ ହାତୀପଲଙ୍କୁ ଘଉଡାଇ ଦିଆ ଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

Related Posts
About The Author