ଜ୍ୟୋତ୍ସ୍ନା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଯାଜପୁର ,  ୨୩/୩/୨୬ (ସନ୍ଧାନ ନ୍ୟୁଜ )  : ଯାଜପୁର ସଦର ସ୍ବେଚ୍ଛାସେବୀ ସଂଗଠନ ଜ୍ୟୋତ୍ସ୍ନା ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଥାଲକୁଡ଼ି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି |  ଏହି କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ପରିଷଦ  ସଭାପତି ଗୌତମ ରାୟ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ |ସେହିପରି ସମ୍ମାନିତ ଅତିଥିଭାବେ ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ ବେହେରା,ପ୍ରାକ୍ତନ ଦଶରଥପୁର ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଶିକ୍ଷାବିତ ସତ୍ୟାନନ୍ଦ ରାୟ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ ମହାନ୍ତି  ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରକ୍ତଦାନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତପନ ମହାପାତ୍ର, ନାରୀନେତ୍ରୀ ଚିନ୍ମୟୀ ପାଣ୍ଡଵ, ସାମ୍ବାଦିକ ଚନ୍ଦ୍ରଶେଖର ସାହୁ, କୌଶିକ ଦାସ, ଯତୀନ୍ଦ୍ରନାଥ କର, ସବ୍ୟସାଚୀ ଦାସ, ମନୋରଞ୍ଜନ ମଲ୍ଲିକ, ଜୟପ୍ରକାଶ ନାୟକ, ବିଶ୍ୱଜିତ ଦାସ, ଧୀରେନ୍ଦ୍ର ମଲ୍ଲିକ, ପ୍ରକାଶ ସାହୁ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବନେତା ପ୍ରିୟବ୍ରତ ବିଶ୍ୱାଳ,କଲେଜ ଛାତ୍ରୀ ସ୍ୱୟଂଶ୍ରୀ ସାହୁ, ଚନ୍ଦନ ମଲ୍ଲିକ, ଭଳି ରକ୍ତଦାତା ମାନେ ରକ୍ତ ଦାନ କରିଥିବାବେଳେ ମୋଟ 60 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |  ଆଜିର ଏହି ରକ୍ତ ଦାନ ଶିବିରରେ ଯାଜପୁର ଜିଲ୍ଲା ରେଡ଼କ୍ରସ ୟୁନିଟ ଓ ଏସସିବି ମେଡିକାଲ କଲେଜ  ରେଡ଼କ୍ରସ ୟୁନିଟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଜ୍ୟୋତ୍ସ୍ନା   ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Related Posts

About The Author

Add Comment