ଜେଲ ଯିବେ ଚିଲିକା ବିଧାୟକ, ଖାରଜ୍ ହେଲା ଜାମିନ୍ ଆବେଦନ

Spread the love

ଖୋର୍ଦ୍ଧା,: ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ୍ । ଖାରଜ୍ ହେଲା ଜାମିନ୍ ଆବେଦନ । ବିଧାୟକଙ୍କ ଜାମିନ୍ ଆବେଦନ ଖାରଜ୍ କରିଛନ୍ତି ଏଡିଜେ ୧ କୋର୍ଟ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା ଅଭିଯୋଗ ରହିଛି । ଏନେଇ ଆଜି ଏଡିଜେ କୋର୍ଟରେ ହାଜର ହୋଇ ବିଧାୟକ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଜାମିନ୍ ଆବେଦନ ଖାରଜ୍ ହେବା ପରେ ଚିଲିକା ବିଧାୟକଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି । ଏହାପରେ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଜେଲ ପଠାଯିବ ବୋଲି ଜଣାପଡିଛି । ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଚିଲିକା ବିଧାୟକ ମାତ୍ର ହାଇକୋର୍ଟ ତଳକୋର୍ଟ ଯିବାକୁ ନିର୍ଦ୍ଦେଶ ଦେବା ପାରେ ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜାମିନ୍ ଆବେଦନ କରିଥିଲେ ବିଧାୟକ ।

Related Posts

About The Author

Add Comment