ଜେନାପୁର ପୋଲିସ ହେପାଜତରୁ ବାଇକ ଚୋରି କରି ଚୋର ଫେରାର

Spread the love

 ଜେନାପୁର, ୧/୨ (ସଧଂ।ନ ନିିିିୟୁଜ/ ପ୍ରଶାନ୍ତ ସାମଲ) ଯାଜପୁର ଜିଲାର ଜେନାପୁର ଥାନା ଅଧୀନ ଛଡେଇ ଧରା ତଳ ଛକରେ ଜେନାପୁର ପୋଲିସ ପକ୍ଷରୁ ବାଇକ ଯାଞ୍ଚ ଚାଲୁଥିବା ସମୟରେ ହଟାତ ପୋଲିସ ହେପାଜତରୁ ଏକ ମୋଟର ବାଇକ ଚୋରି ହେବା ସହିତ ଚୋର ଜଣକ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ବିଷୟ ସାଧାରଣରେ ବିସ୍ମୟଭାବ ସୃଷ୍ଟି କରିଛି . ଫଳରେ ପୋଲିସର ଦାଇତ୍ୱ ପୂର୍ଣ୍ଣ କାର୍ଯ୍ୟ ଓ ନିସ୍କ୍ରିୟତା ନେଇ ବିଭିନ୍ନ ମହଲରେ ସଂପ୍ରତି ଚର୍ଚ୍ଚା ଜୋର ଧରିଛି l ଏହାକୁନେଇ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l,ଅଭିଯୋଗ ଅନୁସାରେ ଜେନାପୁର ଥାନା ଏଣ୍ଡଳବା ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମର ମାୟାଧର ଗୁରୁ ଙ୍କ ପୁଅ ନିମାଇଁ ଗୁରୁ ଗତ 31ତାରିଖ ଅପରାହ୍ନ 1ଘଟିକା ସମୟ ରେ ତାଙ୍କର ହିରୋ ସି ଡି ଡିଲକ୍ସ( ଓ ଡି 04 H.1706) ବାଇକ ନେଇ ଡ଼ୁବୁରୀ -ଚଣ୍ଡିଖୋଲ 53 ନଂ ଜାତୀୟ ରାଜ ପଥରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଛଡେଇ ଧରା ତଳଛକରେ ଚଣ୍ଡିଖୋଲ ଏ ସ,ଡି ଜେ ଏ ସ ଏ ମେ କୋର୍ଟ ମାଜି ଷ୍ଟେଟେ ନେହା ଅଗ୍ରୱାଲ. ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ. ଏ ଏ ସେ ଆର ରାଜେନ୍ଦ୍ର କେରେକେଟା ଓ ଛଡେଇଧରା ଫାଣ୍ଡି ଅଧିକାରୀ ସୁଧୀର କୁମାର ରାଉତରାୟ ଙ୍କ ଉପସ୍ଥିତ ରେ ବାଇକ ଯାଞ୍ଚ କରୁଥିଲା l ଏଟିକିବେଳେ ଜେନାପୁର ପୋଲିସ ତାଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ l ସେତେବେଳେ ସେ ଗାଡି ଡିକି ଖୋଲି ଗାଡିର ଜେରକ୍ସ କାଗଜପତ୍ର ସହ ଗାଡିର ଚାବିକାଠି ଟିକୁ ଦେଇଥିଲେ ଏବଂ ଥାନା ଅଧିକାରୀ ଡାକିବାରୁ ତାଙ୍କ ନିକଟରେ ଛିଡା ହୋଇଥିଲେ l. ସେଠାରୁ ଫେରି ଦେଖିବାବେଳକୁ ଗାଡି ଟି ନଥିଲା l କିଛି ବାଟ ପୋଲିସ ଦୁବୃତ୍ତର ପିଛା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା l କିନ୍ତୁ ସେଠାରେ ଖୋଦ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଉପସ୍ଥିତ ଥିଲେ ମଧ୍ୟ କିପରି ସେଠାରୁ ଜଣେ ଦୃବୃତ ଦ୍ଵାରା ଉକ୍ତ ବାଇକ ଟି ଚୋରି ହୋଇଗଲା l ସେଥିନେଇ ସଚେତନ ନାଗରିକ ମାନଙ୍କ ମହଲରେ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି l ଜନସାଧାରଣ ଙ୍କୁ ସୁରକ୍ଷା ଦେବା ପୋଲିସ ର ଏକ ମୁଖ୍ୟ କର୍ତବ୍ୟ ହୋଇଥିବା ବେଳେ ତାହା ଏଠି କେବଳ କାଗଜକଲମରେ ଓ ଭାଷଣବାଜି ଓ କରି ଆମ ପୋଲିସ ସମିତି ବୈଠକରେ ସୀମିତ ରହୁଥିବା ଆଲୋଚନା ହେଉଛି l ଅଦ୍ୟାବଧି ଦୃବୃତ୍ତ ଜଣଙ୍କୁ ଗିରଫ କରା ଯାଇ ପାରିନାହିଁ l ତେଣୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚୋରି ବାଇକଟିକୁ ଉଦ୍ଧାର କରିବା ସଂଗେ ସଂଗେ ତୁରନ୍ତ ଅଭିଯୁକ୍ତ ଜଣକୁ ଗିରଫ କରିବାକୁ ଦାବିହୋଇଛି l ଆଗାମୀ ତିନି ଦିନ ମଧ୍ୟରେ ପଦକ୍ଷପ ଗ୍ରହଣ କରା ନ ଗଲେ ସେ ବିଭାଗିୟ ଉଚ କର୍ତ୍ତପକ୍ଷ ଙ୍କ ଆଶ୍ରୟ ନେବେ ବୋଲି ଚେତା ବନି ଦେଇଛନ୍ତି ।

Related Posts

About The Author

Add Comment