ବାଲିଗୁଡା, ୨୨/୯ (ସନ୍ଧାନ ନ୍ୟୁଜ୍) :- ସୋମବାର ଠାରୁ ପୋଷଣ ଯୁକ୍ତ ଖାଦ୍ୟ ନିରାପତ୍ତା ସମ୍ପର୍କିତ ରାଜ୍ୟ ସ୍ଥରୀୟ ଅଭିଯାନ ର ଆରମ୍ଭ କରାଯାଇଛି |ଏହି ଅଭିଯାନ ରାଜ୍ୟ ସ୍ଥରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ର ଆହ୍ୱାନ କ୍ରମେ ରାଜ୍ୟ ତଥା କନ୍ଧମାଳ ଜିଲ୍ଲା ବିଭିନ୍ନ ବ୍ଲକ ରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା |ଏଥିରେ ମୁଖ୍ୟତଃ ବିପିଏଲ ଓ ପିଡିଏସ ହିତାଧିକାରୀ ଙ୍କୁ ରାଜ୍ୟ ସରକାର କୋବିଡ 19 ସମୟରେ ଅତିରିକ୍ତ 5kg ଚାଉଳ, 1kg ଡାଲି ଯୋଗାଇଥିଲେ ଏବଂ ତାହାକୁ ନଭେମ୍ବର ପର୍ଯ୍ୟନ୍ତ ଦେବା ପରେ ବନ୍ଦ କରିଦିଆ ଯିବା ନେଇ ଘୋଷଣା କରିଥିଲେ ତାକୁ ପରିବର୍ତନ କରି ଏହି କରୋନା ମହାମାରୀ ରେ ହନ୍ତସନ୍ତ ହେଉଥିବା ଗରିବ ହିତାଧିକାରୀ ଙ୍କୁ ଆଉ ଏକ ବର୍ଷ ପାଇଁ ଚାଉଳ, ଡାଲି, ଲୁଣ, ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀ କୁ ଯୋଗାଇବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଙ୍କୁ ନେଇ ଜୀବିକା ସୁରକ୍ଷା ମଞ୍ଚ ର କର୍ମକର୍ତା ମାନେ ଦସ୍ତଖତ ଅଭିଯାନ ଆରମ୍ଭ କରିବା ସହ ଓଡିଶା ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଅନଲାଇନ ମାଧ୍ୟମରେ ପ୍ରଦାନ କରିବାକୁ ବୈଠକ ରେ ନିଷ୍ପତି ହୋଇଯାଇଛି |ଏହାର ଉଦେଶ୍ୟ “କୁପୋଷଣ ଯଦି କରିବା ଦୂର ଚାଉଳ,ଡାଲି, ତେଲ, ଲୁଣ ନିଶ୍ଚିତ କର ” ବୋଲି ଆଲୋଚନା ର ବିଷୟବସ୍ତୁ ଥିଲା | ଏଥିରେ ମଞ୍ଚର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ
ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବିପତ୍ର
|
September 22, 2020 |



