ଜିଲ୍ଲାର କେତେକଙ୍କ କର୍ମଚାରୀଙ୍କ ଉପରେ ଜିଲ୍ଲାପାଳଙ୍କ କାର୍ଯ୍ୟନୁଷ୍ଠାନ

Spread the love

ଯାଜପୁର, ୩୦/୩(ସନ୍ଧାନ ନିୟୁଜ) କରୋନା ଲକ୍‌ଡାଉନ୍ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜରୀ କରାଯାଇଥିବା  ନିୟମକୁ ରାଜ୍ୟର ସମସ୍ତ ଜିଲ୍ଲାରେ କଢାକଢି ଭାବେ କାର୍ଯ୍ୟକାରୀ କାରାଯିବା ଦେଖିବାକୁ ମିଳିଛି । ସମସ୍ତ ଜିଲ୍ଲା ଭଳି ଯାଜପୁର ଜିଲ୍ଲାରେ ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରାଶାସନ କେତେକ ଅଧିକାରୀ ଉଲଙ୍ଗନ କରିବା ଦେଖିବାକୁ ମିଳିଛି ।  ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସଦର ମହକୁମା ଯାଜପୁର ଟାଉନ୍ ରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ଗୁଡିକର ନିର୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି କରିପାରିବେ ନାହିଁ ବୋଲି ସର୍ବସାଧାରଣରେ ନୋଟିସ୍ ଜାରିକରିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶ ଅମାନ୍ୟ କଲେ ବ୍ୟବସାୟୀଙ୍‌ଙ୍କ ବିରୁଦ୍ଧରେ ଭାରତୀୟ ପିଙ୍କଳ ଧାରା ୧୮୮ ଓ Essential Commodities Act-1955 – ଅନୁଯାୟୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ଦର୍ଶାଯାଇଥିବା ବେଳେ ଜିଲ୍ଲାରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ଗୁଡିକ ଚଢା ଦରରେ କରୋନା ଲକ୍‌ଡାଉନ୍ କାର୍ଯ୍ୟକରୀ ଦିନରୁ ବିକ୍ରି କରାଯାଉଥିଲେହେଁ ଜିଲ୍ଲା ପ୍ରଶାସନ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କୈାଣସି କର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବା କାରଣକୁ ପ୍ରଶ୍ନବାଚୀରେ ରଖାଯାଇଛି । ସେହିପରି କୋରଇ ବ୍ଲକ୍ ପକ୍ଷରୁ ଅମୃତିଆ ଗ୍ରାମପଞ୍ଚାୟତରେ ଭିଏଲଡବ୍ଲୁ  ସରକାରଙ୍କ କରୋନା ଲକ୍‌ଡାଉନ୍ ନିମକୁ ଉଳଙ୍ଗନ କରି ବାଧ୍ୟକ୍ୟ ଭର୍ତ୍ତା ବାଣ୍ଟିବା ଓ ହିତାଧିକାରୀଙ୍କ ଭର୍ତ୍ତା ଟଙ୍କା ହଡପ କରିବା ଏକ ଭିଡିଓ ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ଭାଇରାଲ୍ ହେଉଥିବା ବେଳେ ତାହାକୁ ଜିଲ୍ଲା ପ୍ରଶାସନ ତଦାରଖ ନକରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଅନୁପସ୍ଥିତ ଥିବା ନଜରକୁ ଆସିଥିଲା। ତେଣୁ ତାଙ୍କୁ ଆଜି କାରଣ ଦର୍ଶାଓ ନୋଟିସ କରାଯାଇଛି। ଏଥି ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଧର୍ମଶାଳା ଓ ଯାଜପୁର ସିଡିପିଓଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ କାରଣ ଦର୍ଶାଓ ନୋଟିସ ହୋଇଛି। ଏଥି ସହିତ ଯାଜପୁର ନିୟନ୍ତ୍ରିତ ବଜାର କମିଟିର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଦାନଗଦି ବ୍କକ ଏବିଡିଓଙ୍କ ନିଲମ୍ବନ ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ, ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନରେ ରହିଛି  । କିନ୍ତୁ ଏହି ନିର୍ଦ୍ଦେଶକୁ ଲୋକେ ଓ କେତେକ ସରକାରୀ କର୍ମଚାରୀ ଠିକ୍ ଭାବେ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ତେବେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି । ଯାହାଫଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି । ସେଥିପାଇଁ  ଯାଜପୁର ଜିଲାରେ କର୍ଫ୍ୟୁ ଭଳି ନିୟମ କଡାକଡି କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଘୋଷଣା କରିଥିଲେ। ଏହାପରଠାରୁ ଜିଲ୍ଲାପ୍ରଶାସନ କଡାକଡି ଭାବେ ଲକଡାଉନ୍ ନିୟମ ପାଳନ ହେଉଛି କି ନାହିଁ ତାହା ତଦାରଖ କରୁଛି।

Related Posts

About The Author

Add Comment