ଜିଲ୍ଲାରେ କେମିତି ଚାଲିଛି କୋଭିଡ-୧୯ ପରିଚାଳନା ?

Spread the love

ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ରେ ପହଞ୍ଚିଲାଣି । ତେବେ ଶୁକ୍ରବାର ଦିନ ସର୍ବାଧକ ୩୨ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର ହଠାତ୍ ଜିଲ୍ଲାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ନ ହେବା ଆଶ୍ଵାସନା ନୁହେଁ ବରଂ ପ୍ରଶାସନର ସ୍ବଚ୍ଛତା ଏବଂ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସଷ୍ଟି କରିଛି । ପ୍ରଶାସନ କୁଆଡେ ପଳିଟିର ସଂଖ୍ୟା ଦର୍ଶାଇବାରେ ଏପାଖ ସେପାସ୍ତା ନୀତି ଅବଲମ୍ବନ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଏବଂ ଜିଲ୍ଲା ପ୍ରଶାସନର ରିପୋର୍ଟରେ ତାଳମେଳ ରହୁନଥିବା ବେଲେ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ରିପୋର୍ଟ ଦିଆ ଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ପ୍ରଶାସନକୁ ଅପଦସ୍ତ ହେବାକୁ ପଡ଼ିଛି । ଖାଲି ସେତିକି ନୁହେଁ ଏ ଯାବତ କେତେ ସ୍ଥାନୀୟ ସଂକ୍ରମିତି କେତେ କୋଭିଡ ଯୋଦ୍ଧା ଏବଂ କେତେ  ପ୍ରବାସୀ ଓଡ଼ିଆ ସଂକ୍ରମିତ ହେଲେଣି ସେ ସଂପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଶାସନ ପକ୍ଷରୁ ମିଳୁନି। କୌଣସି ପ୍ରଶାସନିକ ଓ ଅଧୀକାରୀଙ୍କୁ କୋଭିତ-୧୯ ସଂକ୍ରାନ୍ତିୟ ଯେ ଏ କୌଣସି ପ୍ରଶ୍ନ କଲେ ନିର୍ଦ୍ଦିଷ୍ଟ ଉତ୍ତର ମିଳୁନି । ସେପଟେ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଟିଏମସି କେନ୍ଦ୍ର ଗୁଡ଼ିକର ଅବ୍ୟବସ୍ଥା ସଂପର୍କରେ ମୟୁରଭଞ୍ଜ ଜିଲ୍ଲା ସାଂସଦ ବିଶେଶ୍ୱର ଟୁଡୁ ପ୍ରଶ୍ନ ଉଠାଇଥିଲେ । ଶ୍ରୀ ଟୁଡୁ ନିଜେ ବିଭିନ୍ନ ଟିଏମସି ସେଣ୍ଟରର ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ଅର୍ଥ ହରିଲୁଟ କରାଯାଇଛି ସେ ସଂପର୍କରେ ମଧ୍ୟ ପ୍ରଶାସନକୁ ଅବଗତ କରାଇଥିଲେ । ଏବେ ପୁଣି ବାଙ୍କିଶୋଳ ଠାରେ ଥିବା କୋଭିଡ ହସ୍ପିଟାଲରେ କିଭଳି ଚିକିତ୍ସାରେ ବିଭ୍ରାଟ ହେଉଛି ସେ ସଂପର୍କରେ ମଧ୍ୟ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବିଭିନ୍ନ ଆକ୍ରାନ୍ତ ତାଙ୍କ ତିକ୍ତ ଅନୁଭୂତି ପ୍ରମେୟ କୁ କହିଛନ୍ତି। ବାଙ୍କିଶୋଳ କୋଭିଡ ହସ୍ପିଟାଲ ରେ କିଭଳି  କେବଳ ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ ସିଂ ଏବଂ ଥଣ୍ଡା ଔଷଧ ଦିଆଯାଉଛି । ପୁଣି ସମସ୍ତ ରୋଗୀଙ୍କୁ କିଭଳି ସମାନ ଭାବେ ଚିକିତ୍ସାରେ ଧ୍ୟାନ ଦିଆ ଯାଉ ନାହିଁ ସେ ସଂପର୍କରେ ମଧ୍ୟ ଅଭିଯୋଗ ଉଠିଛି । ଅଧିକାଂଶ ରୋଗୀ ଗାଁ ଗହଳିରୁ ଆସୁଥିବାରୁ ସେମାନେ ଏହି ଅବ୍ୟବସ୍ଥା ଏପରି ଜଣେ ରୋଗୀଙ୍କୁ ୪ ଦିନ କୈାଣସି ଚିକିତ୍ସା କରାଯାଇ ନଥିବା ସେ ମୁହଁ ଖୋଲିବାକୁ ତାଙ୍କୁ ବି କମ୍ପ୍ଲେକ୍ସ ବଟିକା କେବଳ ଧରାଇ ଦିଆଯାଇଥିଲା ବୋଲି ରୋଗୀ ଜଣକ ଆମ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଟିଏମସି କେନ୍ଦ୍ର ହେଉ କିମ୍ବା କୋଭିଡ ହସ୍ପିଟାଲ ର କୈାଣସି ସ୍ଥାନକୁ ଗଣ ମାଧ୍ୟମର ପ୍ରବେଶ ନଥିବା ଯୋଗୁଁ ସତ୍ୟକୁ ଚାପି ଦେବା ଲାଗି ଉଦ୍ୟମ ସହଜ ହେଉଛି । କୋଭିଡ ହସ୍ପିଟାଲ ରେ ସ୍ବଚ୍ଛତା ପରିଷ୍କାର ପରିଚ୍ଛନ୍ନତା ଖାଦ୍ୟପେୟ ଏବଂ ଚିକିତ୍ସାକୁ ନେଇ ଅଙ୍ଗୁଳି ଉଠିଥିବା ବେଳେ ସେଠାରେ ନିୟୋଜିତ ଥିବା ଡ଼ାକ୍ତର କିଭଳି ରୋଗୀଙ୍କ ପାଖ ମାଡୁ ନାହାନ୍ତି ତାହା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ପ୍ରବାସୀ ଓଡିଆମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନଙ୍କୁ ଟିଏମସି ସେଣ୍ଟରରେ ରଖାଯାଇଥିବା ବେଳେ ସେମାନଙ୍କର ରିପୋର୍ଟ ନେଗେଟିଭ ନ ଆସୁଣୁ ଘରକୁ ପଠାଇ ଦିଆ ଯାଉଛି ।

   ସୂଚନାଯୋଗ୍ୟ ଯେ,ଗତ ମେ ମାସ ୨୪ ତାରିଖରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ତାମିଲନାଡୁ ଚେନ୍ନାଇରୁ ଆସିଥିବା ଦମ୍ପତି ଦ୍ବୟ ୨୬ ତାରିଖରେ ବେତନଟୀ ରେ ପହଞ୍ଚିଥିଲେ । ସେମାନଙ୍କୁ ବେତନଟୀ ବ୍ଲକ ସେଣ୍ଟରରେ ରଖା ଯାଇଥିଲା । ଉଭୟଙ୍କ ସେ ୨୮ ତାରିଖରେ ସ୍ବାବ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପୂର୍ବରୁ ସେମାନଙ୍କୁ ସେ ଦିନ ଘରେ ଛାଡ଼ି ଦିଆଯାଇଥିଲା । ଦହିକୋଟା ସରପଞ୍ଚ ଧନଞ୍ଜୟ ମୁର୍ମୁ ଏହାକୁ ବିରୋଧ କରିଥିଲେ ମଧ୍ୟ ତାଙ୍କ କଥା କୈାଣସି ପ୍ରଶାସନିକ ଅଧିକାରୀ ମାନି ନଥିଲେ । ମେ ୩୧ରେ ଉଭୟ ଦମ୍ପତିଙ୍କ ସ୍ବାବଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ପୁଣି ତରବରିଆ ଭାବେ ତାଙ୍କ ଘରୁ ରାତିରେ ଉଠାଇ ଆଣି କ୍ବାରେନଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିଲା । ଏବଂ ଜୁନ୍ ୧ ତାରିଖରେ ସେମାନଙ୍କୁ ବାଙ୍କିଶୋଳ କୋଭିଡ ହସ୍ପିଟାଲ କୁ ପଠାଇ ଦିଆଯାଇଥିଲା । ଯାହାକୁ ନେଇ ବେତନଟୀ ବ୍ଲକ ଅନ୍ତର୍ଗତ ଆଖଡ଼ା ଗାଁରେ ଲୋକେ ଉତ୍ୟକ୍ତ ହୋଇ ପୋଲିସ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କରିଥିଲେ । ଏହି ଘଟଣାର ପୁନରାବୃତ୍ତି ପୁଣି ବାଙ୍ଗିରିପୋଷି ବ୍ଲକ କୁସୁମବନ୍ଧରେ ଦେଖିବାକୁ ମିଳିଛି । ସୂଚନା ମୁତାବକ କୁସୁମବନ୍ଧ ଅଞ୍ଚଳର ତିନିଜଣ ଯୁବକ ତେଲେଙ୍ଗାନାରୁ ଏକା ସାଙ୍ଗରେ ଗତ ୮ ତାରିଖରେ ବାଙ୍ଗିରିପୋଷିରେ ପହଞ୍ଚିଥିଲେ । ସେମାନଙ୍କୁ ଶ୍ୟାମସୁନ୍ଦର ପୁର ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକୁ ଜ୍ବର ହେବାରୁ ତାଙ୍କୁ ସେଠାରେ କିଛି ଔଷଧ ଖାଇବାକୁ ଦିଆଯାଇ ଅଁଳାଗୁଞ୍ଜ ସ୍ଥିତ କୋଭିଡ କେୟାର ସେଣ୍ଟର ରେ ରଖାଯାଇଥିଲା । ସେଠାରୁ ଗତ ୨୧ ତାରିଖରେ ସ୍ବାବ ଟେଷ୍ଟ ପାଇଁ ନିଆ ଯାଇଥିଲା । ତେବେ ସେମାନଙ୍କ ରିପୋର୍ଟ ନ ଆସୁଣୁ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି କହି ସେମାନଙ୍କୁ ଘରକୁ ଛାଡି ଦିଆଯାଇଥିଲା । ମାତ୍ର ୨୩ ତାରିଖରେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଛି ବୋଲି କହି ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ଗାଁକୁ ଯାଇଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ସ୍ବାସ୍ଥ୍ୟ ବିଭାଗ ଏପରି ଖାମଖିଆଲି ନୀତିକୁ ପ୍ରବଳ ବିରୋଧ କରିଥିଲେ । ତେଣୁ ଏ ସବୁ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି । ତେଣୁ ଏ ସବୁ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି ଯେ ଜିଲ୍ଲାରେ କିଭଳି କୋଭିଡ ପରିଚାଳନା ଚାଲିଛି  ।

Related Posts

About The Author

Add Comment