ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଅଙ୍ଗନୱାଡି କର୍ମୀ ମାନଙ୍କର ଧାରଣା

Spread the love

ସୁନ୍ଦରଗଡ ,୧୮/୦୨/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ)-ସୁନ୍ଦରଗଡ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଆଜି ଅଙ୍ଗନୱାଡି କର୍ମୀ ମାନେ ଧାରଣା ଦେଇ ଥିଲେ I ବିଭିନ୍ନ ପ୍ରକାର ର ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷ ରୁ ଆଜି ଆନ୍ଦୋଳନ କରା ଯାଇ ଥିଲା I ସୂଚନା ଅନୁସାରେ , ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଅଲ ଓଡିଶା ଲେଡ଼ିଜ ୱାର୍କରସ ଆସୋସିଅସନ୍ସ  ସୁନ୍ଦରଗଡ ଜିଲ୍ଲା ତରଫରୁ  ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ୮ ଦଫା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦ୍ୟେଶରେ ୧୧ ଦଫା ଦାବି ପତ୍ର ପ୍ରଦାନ କରା ଯାଇଥିଲା I
        ଅଙ୍ଗନୱାଡି ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରାଯିବI ଯାଏ ଅଙ୍ଗନୱାଡି କର୍ମଚାରୀ ମାନଙ୍କର ବେତନ କୁ ସର୍ବନିମ୍ନ ୧୮୦୦୦ ଏବଂ ସହାୟିକା ମାନଙ୍କୁ ୯୦୦୦ ଟଙ୍କା ପ୍ରତି ମାସ ରେ ଦିଅ ଯିବା , ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଦେଶରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର କୁ ପ୍ରାଥମିକ ବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରିବା ସହିତ ସମସ୍ତ କର୍ମୀଙ୍କୁ ପୂର୍ବ ପ୍ରାଥମିକ ଶିକ୍ଷିକା ଓ ସହାୟିକାଙ୍କୁ ପୂର୍ବ ପ୍ରାଥମିକ ସହ-ଶିକ୍ଷିକା ଭାବେ ମାନ୍ୟତା ପ୍ରଦାନ କରାଯିବା , ସମସ୍ତ କର୍ମଚାରୀ ମାନଙ୍କ ନିମନ୍ତେ ଇ.ପି.ଏଫ, ଇ.ଏସ.ଆଇ ,ଗ୍ରାଚୁଟି ଏବଂ ପେନସନ ଯୋଗାଇ ଦିଅIଯିବା , ବାର୍ଷିକ ଛୁଟି ଯଥା -ଇ.ଏଲ ,ସି.ଏଲ ଓ ମେଡିକାଲ ଲିଭ ପ୍ରଦାନ କରାଯିବା , ୨୦୧୪ ମସିହା ଠାରୁ ସରକାରଙ୍କ ଦ୍ୱାରା ଘୋଷିତ ଘର ଭଡା ବାବଦକୁ ୩ହଜାର ଟଙ୍କା ଶୀଘ୍ର ପ୍ରଦାନ କରାଯିବା , ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦେବା , କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ର ଦୁଇଟି ବୀମା କୁ କାର୍ଯ୍ୟକାରୀ କରିବା ,  ଅବସରକାଳୀନ ସହାୟତା ରାଶି ଅଙ୍ଗନୱାଡି କର୍ମୀଙ୍କୁ ୨୦୦୦୦ ଟଙ୍କା ଏବଂ ସହାୟିକା ଙ୍କୁ ୧୦୦୦୦ ଟଙ୍କା ଯଥାଶୀଘ୍ର ପ୍ରଦାନ କରIଯିବା , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨ ଜାନୁଆରୀ ୨୦୧୯ ରେ ଘୋଷିତ ଅଙ୍ଗନୱାଡି କର୍ମଚାରୀଙ୍କୁ ମାସିକ ୧୫ ଶହ ଟଙ୍କା ବର୍ଦ୍ଧିତ ବେତନ ଦିଅଯିବା , ୧୫ ଦିନ ଗ୍ରୀଷ୍ମ ଛୁଟି ଦିଅI ଯିବା , କରୋନା ମହାମାରୀ ସମୟରେ ଯେଉଁ ଅଙ୍ଗନୱାଡି କର୍ମଚାରୀ ମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ରାଶି ପ୍ରଦାନ କରାଯିବା ବିଷୟରେ ଦାବିପତ୍ର ରେ ଉଲ୍ଲେଖ କରାଯାଇ ଜିଲ୍ଲାପାଳଙ୍କୁ ଦିଅI ଗଲା I
      ଜିଲ୍ଲାପାଳ ଶ୍ରୀଯୁକ୍ତ “ନିଖିଳ ପବନ କଲ୍ୟାଣ” ଙ୍କ ସହ ଆଲୋଚନା କଲା ପରେ ସଂଘ ର ଦାବି କୁ ଖୁବ ଶୀଘ୍ର ପୁରାଣ କରାଯିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ଏବଂ ଆନ୍ଦୋଳନକୁ ସମର୍ଥନ କରିଥିଲେ I ଛଟେଇ ହୋଇଥିବା ୪ ଜଣଙ୍କ ପାଇଁ ମଧ୍ୟ  ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ I  
       ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଉପସଭାପତି “କିଶୋରୀ ପଣ୍ଡା” , ଅଖିଳ ଭାରତୀୟ ଅଙ୍ଗନୱାଡି ମହାସଂଘ ର ସାଧାରଣ ସମ୍ପାଦିକା “ସୁଶ୍ରୀ ଅଞ୍ଜଳି ପଟେଲ” , ଅଲ ଓଡିଶା ଲେଡ଼ିଜ ୱାର୍କରସ ଆସୋସିଅସନ୍ସ  ସୁନ୍ଦରଗଡ ଜିଲ୍ଲା ସଭାପତି “ବାସନ୍ତୀ ବାଗ” , ସମ୍ପାଦିକା “ବିମଳା ଲାକ୍ରା” ଙ୍କ ସମେତ ରାଜ୍ୟ ଉପସଭାପତି “ମାନସୀ ଦାସ” , ସହ ସଂପାଦିକା “ରାଜକୁମାରୀ ବଗIର” , “ସବିତା ପଣ୍ଡା” , “ସୂଚିତା ଟପ୍ପୋ” ଏବଂ ଜିଲ୍ଲା କମିଟୀ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ I

Related Posts

About The Author

Add Comment