ରାଉରକେଲା, ୨୧/୯ (ସନ୍ଧାନ ନିୟୁଜ) : ଦକ୍ଷିଣ ରାଉରକେଲାର ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲର ପରିଚାଳନା କମିଟି ଏବଂ ଅଭିଭାବକ ମଧ୍ୟରେ ଚାଲିଥିବା ବିବାଦର ଅବସାନ ହୋଇପାରୁ ନାହିଁ । ବିଭିନ୍ନ ଅଧିକାରୀଙ୍କ ତଦନ୍ତ ହେଉଛି ସତ, ହେଲେ ଏହାର କିଛି ସ୍ଥାୟୀ ଫଳାଫଳ ବାହାରୁ ନଥିବାରୁ ଏହାକୁ ନେଇ ଅଭିଭାବକ ମହଲରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଏହି ସ୍କୁଲରେ ଲାଗି ରହିଥିବା ଅସୁବିଧା ସମ୍ପର୍କରେ କିଛି ଦିନ ତଳେ ଅଭିଭାବକ ମାନେ ସୁନ୍ଦରଗଡ଼ ଜିଲାପାଳଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇଥିଲେ । ଉକ୍ତ ଅଭିଯୋଗକୁ ଭିତି କରି ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ସୁନ୍ଦରଗଡ଼ଙ୍କ ଚିଠି ସଂଖ୍ୟା ୯୦୮୧ ତା୧୦ା୯ା୨୦୧୯ ଏବଂ ଡିସିପି ସୁନ୍ଦରଗଡ଼ଙ୍କ ଚିଠି ସଂଖ୍ୟା ୨୫୬୫ ତା ୬ା୯ା୨୦୧୯ ଉପରେ ସୁନ୍ଦରଗଡ଼ ଜିଲା ଅତିରିକ୍ତ ଶିକ୍ଷାଧିକାରିଣୀ ବିଦ୍ୟାଳୟରେ ପହଂଚି ତଦନ୍ତ କରିଥିବା ଜଣାପଡ଼ିଛି । ବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ପଚରାଉଚରା କରିବା ପରେ ସେ ଆରଟିଇ ଓ ଅହେତୁକ ଫି ବୃଦ୍ଧିକୁ ନେଇ କୌଣସି ସନ୍ତୋଷଜନକ ଉତର ଦେଇ ପାରିନଥିଲେ । ଏହାପରେ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଆସନ୍ତା ୩ ଦିନ ମଧ୍ୟରେ ଅଭିଯୋଗ ହୋଇଥିବା ସମସ୍ତ କାଗଜପତ୍ର ଡିଇଓଙ୍କ କାର୍ଯ୍ୟାଳୟରେ ଉପସ୍ଥାପନା କରିବା ନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିଦେ୍ର୍ଦଶ ଦେବା ସହ ପିଟିଏ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ଉକ୍ତ ତଦନ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ, ଉପାଧ୍ୟକ୍ଷ,ସୁନ୍ଦରଗଡ଼ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବିଶ୍ରା ବ୍ଲକ ଏବିଇଓ କିଶୋର ଚନ୍ଦ୍ର ଦାଶ, ଏମଆଇଏସ ମନୋଜ ଆଚାର୍ଯ୍ୟଙ୍କ ସମେତ ଅଭିଭାବକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଜିଲାପାଳଙ୍କ ନିର୍ଦ୍ଦେଶରେ ପ୍ରଗତି ସ୍କୁଲରେ ତଦନ୍ତ ଆରମ୍ଭ
|
September 21, 2019 |