ବେତନଟୀ, 05.12.2020 (ଲିଙ୍ଗରାଜ ପଣ୍ଡା)- ବେତନଟୀବ୍ଲକ ଅଧୀନ କଳମା ପଞ୍ଚାୟତର ଗୋବିନ୍ଦରାୟପୁର, ତାଳପଦାଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଣରେ ଅନିୟମିତତା ହୋଇଥିବାବେଳେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ସେମାନେ ଜିଲ୍ଲାପାଳଙ୍କ ସମେତ ବେତନଟୀ ବିଡିଓ ଓ ଜିଲା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୁନ ହେବାରୁ ଆଗାମୀ୧୦ତାରିଖ ମଧ୍ୟରେ ସେମାନଙ୍କ ଅଭିଯୋଗର ବିଚାର ନ କଲେ ୧୧ତାରିଖରେ ସେମାନେ ବ୍ଲକ ପରିସରରେ ଧାରଣାରେ ବସିବେ ବୋଲି ୭ନଂ ୱାର୍ଡର ୱାର୍ଡସଭ୍ୟ ତସଲିମ ଖାନ, ୮ନଂ ୱାର୍ଡ଼ର ସଭ୍ୟ ଅକିଲ ଖାନ ଓ ୯ନଂ ସ୍ଵାର୍ଡର ସଭ୍ୟ ସେକ ସେମରୁଦ୍ଦିନ ଅଭିଯୋଗ କରିଛନ୍ତି । କଳମା ପଞ୍ଚାୟତରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ତଳରୁ ଉପର ପର୍ଯ୍ୟନ୍ତ କୌଣସି ଅଧୁକାରୀ ଶୁଣୁନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଦାୟିତ୍ବରେ ଥିବା ଜିଆରଏସ ଓ ପିଇଓ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ପ୍ରକାଶଥାଉକି ୨୦୧୬-୧୭ ମସିହାରେ ଗୋବିନ୍ଦରାୟପୁର ଗ୍ରାମର ଖେଲିମୁନବିବି ସ୍ଵାମୀ ସେକ ଏଜିମୁଦ୍ଦିଙ୍କୁ ଘର ଦିଆଯାଇଥିଲା ପୁଣିଥରେ ୨୦୨୦-୨୧ରେ ଖେଲିମୁନବିବିଙ୍କ ସ୍ଵାମୀ ସେକ ଏଜିମୁଢିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନିମନ୍ତେ ମଞ୍ଜୁରୀ ମିଳିଛି । ଆବଶ୍ୟକଥିବା ଉପଭୋକ୍ତାଙ୍କୁ ଘର ମିଳୁ ନଥିବାବେଳେ ଗୋଟିଏ ପରିବାରକୁ କିଭଳି ୨ଟିଘର କରିବା ନିମନ୍ତେ ମରୀ ମିଳିଲା, ତାହା ଏବେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ଉକ୍ତ ଗ୍ରାମରେ ପକ୍କାଘର ଥିବା ସହିତ ୨ମହଲା କୋଠାଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଘର ଯୋଗାଇ ଦିଆଯାଇଛି ବୋଲି ୩ୱାର୍ଡ ସଭ୍ୟ, ଅଭିଯୋଗ କରିଛନ୍ତି । ପ୍ରକାଶଥାଉ ଏହାର ପ୍ରତିବାଦନ ସ୍ବରୁପ ଉକ୍ତ ୱାର୍ଡସଭ୍ୟ କିଛିଦିନ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା କେବଳ କଳମା ପଞ୍ଚାୟତନୁହେଁ ଅଧୁକାଂଶ ପଞ୍ଚାୟତରେ ଏଭଳି ଅନିୟମିତତା ଅଭିଯୋଗ ହେଉଥିଲେ ମଧ୍ୟ ତଳସ୍ତରୁ ଆରମ୍ଭକରି ଉପରସ୍ତର ପର୍ଯ୍ୟନ୍ତ କେହି କଣ୍ଡିପାତ କରୁନଥିବା ଜଣାଯାଇଛି । ଏପରିକି ବେତନଟୀବୁକର ପ୍ରତ୍ୟେକ ପଞ୍ଚାୟତରେ ଯେଭଳି ଅନିୟମିତତା ହେଉଛି ଏବଂ କୋଟିକୋଟି ଟଙ୍କା ବାଟମାରଣା ହେଉଛି ଏହାର ସଠିକ ତଦନ୍ତ ହେବା ସହିତ ଭିଜିଲାନ୍ସ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି ।