ଜିପିଏଫ ସୁଧ ହାର ୮%କୁ ବୃଦ୍ଧି

Spread the love

ନୂଆଦିଲ୍ଲୀ୧୭/୧୦(ସନ୍ଧାନ ନିୟୁଜ): କେନ୍ଦ୍ର ସରକାର ଆଜି ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ଏବଂ ଅନ୍ୟ କେତେକ ସ୍କିମ୍‌ର ସୁଧହାର ବୃଦ୍ଧି କରିଛନ୍ତି। ଚଳିତବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ସରକାର ଏହି ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏହା ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଏହି ନୂଆ ସୁଧ ହାର କାର୍ଯ୍ୟକାରୀ ହେବ।

Related Posts

About The Author

Add Comment