ଜାମୁଝାଡ଼ି ସେବା ସମବାୟ ସମିତି ର ସଫଳତା

Spread the love

ଜାମୁଝାଡି ୪/୨/୨୬ (ସନ୍ଧାନ ନ୍ୟୁଜ)  :ସେବା ସମବାୟ ସମିତି ର ସଫଳତା, ସେ ଅଞ୍ଚଳ ର ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ରାଜ୍ୟ ସରକାର କୃଷକ ମାନଙ୍କ ଧାନ କ୍ରୟ କରିବା ପାଇଁ ସମସ୍ତ ସେବା ସମବାୟ ସମିତି ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜାମୁ ଝାଡି ସେବା ସମବାୟ ସମିତି ମୋଟ ପନ୍ଦର ଶହ ଚାଷୀ ଙ୍କୁ ପଞ୍ଜୀକୃତ କରି ଥିଲା। ଏଥି ମଧ୍ୟରୁ ଦୁଇ ଶହ ପଚାଶ ଚାଷୀ ଙ୍କ ଠାରୁ ଧାନ କ୍ରୟ କରି ସମଗ୍ର ବାଲେଶ୍ଵର ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିଛି। ଏ କ୍ଷେତ୍ର ରେ ରାମଚଣ୍ଡୀ, ଜଗନ୍ନାଥ ରାଇସ ମିଲ ର ସହଯୋଗ ରହିଛି ବୋଲି ସମିତି ର ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବିଶ୍ବାଳ ସୁଚନା ଦେଇଛନ୍ତି। ସମବାୟ ସମିତି ର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ଵାଳ କହିଛନ୍ତି, ଆମେ ଚାଷୀ ଙ୍କ ସହିତ ଅଛୁ ଓ ରହିବୁ।ସେଠାରେ ଉପସ୍ଥିତ ଥିବା ଚାଷୀ ମାନେ ବହୁତ ଖୁସି ବୋଲି ମତ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment