ଜମି ମାଫିଆଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ବେଆଇନ ଜବର ଦଖଲ ଉଚ୍ଛେଦ ଆରମ୍ଭ
ଜମି ମାଫିଆଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ବେଆଇନ ଜବର ଦଖଲ ଉଚ୍ଛେଦ ଆରମ୍ଭ
Sandhan News |
December 16, 2020 |
ବାଲିଗୁଡା, ୧୫/୧୨/୨୦ (ସନ୍ଧାନ ନିଉଜ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅଞ୍ଚଳରେ ଥିବା ସରକାରୀ ଜମିରେ ସରକାରୀ କର୍ମଚାରୀ ଜବର ଦଖଲ କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବାବେଳେ କିଛି ଜମି ମାଫିଆ ଏକର ଏକର ଜମି ଦଖଲ କରି ଚଢା ଦରରେ ବିକ୍ରି କରି ଲାଭବାନ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏହାକୁ ନଜରରେ ରଖି ବାଲିଗୁଡ଼ା ତହସିଲଦାର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାପାଳ ଡଃ.ବୃନ୍ଦା ଡିଙ୍କ ନିର୍ଦ୍ଦେଶ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ ପରାମର୍ଶ ଅନୁଯାୟୀ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ବାଲିଗୁଡ଼ା ଏନ୍ଏସି ୫ ୱାର୍ଡ଼ କଟାରି ସାହିରେ ୨୦୦ ଅର୍ଥାତ୍ ଅଧଏକର ସରକାରୀ ଜମିରେ ପାଟଖଣ୍ଡାସାହି ରାଜ କୁମାର ନାୟକ ନାମକ ବ୍ୟକ୍ତି ଜବରଦଖଲ କରି ଜମି ଉପରେ ତାର ବାଡ଼ ବାନ୍ଧି ପ୍ଲଟିଙ୍ଗକରି ବିକ୍ରି କରୁଥିବା ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ଜମି ମାପ କରିବା ପରେ ଜବର ଦଖଲ ହଟାଇବା ସହ ସେଠାରେ ଏକ ବୋର୍ଡ ନିର୍ମାଣ କରାଯାଇ ବାହାର ଲୋକ ପ୍ରବେଶ ନିଷେଧ ବୋଲି ଉଲ୍ଲେଖ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ଏହା ସହ ୨ ୱାର୍ଡ଼ ଡୁମୁଡ଼ିସାହି ପରିଦର୍ଶନ କରି ସେଠାରେ ଜବର ଦଖଲ କରି ଥିବା ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିଥିଲେ । ଏବଂ ଖୁବ୍ ଶୀଘ୍ର ସମସ୍ତ ସରକାରୀ ଜମିରେ କବଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯୋଗ୍ୟ ଲୋକଙ୍କୁ ଘର ପଟ୍ଟା ବଣ୍ଟନ କରାଯିବ ବୋଲି ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି ଜବର ଦଖଲ ଉଚ୍ଛେଦରେ ବାଲିଗୁଡା ପୋଲିସ ସହ ଆର୍ଆଇ ରୁନୁମା ମଲିକ, ସୁପର୍ ଭାଇଜର ରମେଶ ଚନ୍ଦ୍ର ବେହେରା, ଅମିନ ଗୌତମ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ତହସିଲଦାର କ ନୂଆଗାଁ ବ୍ଲକରେ କାର୍ଯ୍ୟ କରୁଥିବ ବେଳେ ଲୋକଙ୍କ ସେବା କରି ପ୍ରଶଂସା ସାଉଁଟି ଥିଲେ ଓ ତହସିଲଦାରଙ୍କ ଏ ଭଳି ଜବର ଦଖଲ ପଦକ୍ଷେପକୁ ସ୍ଥାନୀୟ ଜମି ମାଫିଆ ଭୟଭୀତ ହୋଇ ଥିବା ବେଳେ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି l
Related Posts
About The Author