ଜମି ବିବାଦ ଘଟଣାରେ ତହସିଲ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ଧାରଣା ଦେଲେ

Spread the love

ଯାଜପୁର ସଦର,   ୨/୩/୨୬  (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ଦପୁର ପଂଚାୟତ ନିକଟସ୍ଥ ୨ଗ୍ରାମ ମଧ୍ୟରେ ଜନି ବିବାଦ ଘଟଣାକୁ ନେଇ ତହସିଲ ଆଗରେ ଧାରଣା ଦେବା ଘଟଣା ବଡ଼ ଆଶ୍ଚମ୍ବିତ କରିଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗ ବାଉଁଶ ଅଣ୍ଟା ମଧ୍ୟରେ ଜମି ବିବାଦ ସୀମାକୁ ନେଇ ବିବାଦ ବହୁ ଦିନ ହେବ ବିବାଦ ଲାଗି ରହିôତବା ଏହି ବଲାଙ୍ଗାର ଗ୍ରାମବାସୀ ବହୁବାର ତହସିଲଦାରଙ୍କୁ ନିବେଦନ କରିବା ସତ୍ୱେ ଏହାର ସମାଧାନ ହୋଇପାରିନଥିଲା । ଏହି ଗ୍ରାମର ବିଜୟ ସ୍ୱାଇଁ ଗଦାଧର ନାୟକ ଉଚ୍ଚ ନ୍ୟାୟଳର ଦ୍ୱାରସ୍ତ ହୋଇଥିଲେ । ୨ ଗ୍ରାମର ସୀମା ବିବାଦ ତୁଟାଇବା ଲାଗି ମାପଚୁପ କରି ମାମଲା ସମାଧାନ ପାଇଁ ରସୁଲପୁର ତହସିଲଦାରଙ୍କୁ ନିର୍ଦ୍ଦେଷ ଦେଇଥିଲେ । ଜାନୁଆରୀ ୨୨ ତାରିଖରେ ରସୁଲପୁର ତହସିଲଦାର ଦିଦ୍ଧାର୍ଥ ବେହେରା ମାପଚୁପ ପାଇଁ ତହସିଲ ପକ୍ଷରୁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଥିଲା । ମାପଚୁପ ହୋଇପାରିନଥିଲା । ଏନେଇ ୩୧ତାରିଖରେ ନୋଟିସ ଜାରି ହେବା ସହିତ ଅଧାରୁ ମାପ କାର୍ଯ୍ୟ ଛାଡ଼ି ଗ୍ରାମବାସୀ ପଳେଇ ଆସିଥିଲେ । ବାଉଁଶଅଣ୍ଟା ଗ୍ରାମବାସୀ ରିବିବାର ଏହି ବିଦାଦିୟ ଜାଗା ଉପରେ ବିଗ୍ରହ ପ୍ରତିଷ୍ଠା କରିବାକୁ ଯାଉଥିବା ବେଳେ, କୌଣସି ସୁତ୍ରରୁ ଖବର ପାଇ ବାଲାଙ୍ଗା ଗ୍ରାମବାସୀ ତହସିଲକାର୍ଯ୍ୟାଳୟରେ ବିକ୍ଷୋଭ କରିବା ସହିତ ଧାରଣାରେ ବସିଥିଲେ । ବିବାଦୀୟ ଜମି ଉପରେ ବିଗ୍ରହ ପ୍ରତିଷ୍ଠା ନକରାଯିବାପାଇଁ ଦାବି କରି କୁଆଖିଆ ଥାନାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପ୍ରଶାସନ ଅଭିଯୋଗକୁ ଗ୍ରହଣ କରିବା ସହିତ ଅପରାହ୍ନ ସୁଧା ସମାଧାନ କରିବା ସହିତ ଆସୋସନା ଦେବାରୁ ଗ୍ରାମବାସୀ ମାନେ ଉଠିଥିଲେ ।

Related Posts

About The Author

Add Comment