ଯାଜପୁର, ୧୧/୦୪/୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଥିଲା । ଏହି ଗଣ୍ଡଗୋଳକୁ ନେଇ ଦୁଇ ରଣା ପରବାର ପୃଥକ ଭାବେ ସଦର ଥାନାରେ ଏତଲା କରିଥିଲେ । ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ର ଏତଲାକୁ ଭିତ୍ତିକରି ତଦନ୍ତ କରବା ସହିତ ଉଭୟ ପକ୍ଷରୁ ୧୦ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ଗ୍ରାମର କୁମ୍ଭାର ସାହିରେ ବାବୁଲି ରଣା ଏବଂ ସାଉଣ୍ଟି ରଣାଙ୍କ ଭିତରେ ଜାଗାବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ୨ ପକ୍ଷରୁ ୧୨ ଜଣ ଆହତ ହୋଇଥିବା ବେଳେ, ଏନେଇ ସଦର ଥାନାରେ ୪ଟି ମାମଲା ରୁଜୁ କରାଯାଇଥିଲା । ଏନେଇ କେସ ଂ ୧୦୪/୨୨ ରେ ଏକ ମାମଲା ରୁଜୁ କରି ସାଉଣ୍ଟି ରଣାଙ୍କ ପରିବାର ପକ୍ଷରୁ ବାଇଧର ରଣା(୨୬), ସୁବାଷ ରଣା(୩୦), ନୟନା ରଣା(୨୬), ଶାନ୍ତିଲତା ରଣା(୬୦) ଙ୍କୁ ସଦରଥାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି । ଅପର ପକ୍ଷରୁ ବାବୁଲି ରଣା ଦେଇଥିବା ଏତଲାକୁ ଭିତ୍ତିକରି ସଦରଥାନା ପୋଲିସ ସାଉଣ୍ଟି ରଣା ଦେଇଥିବା ଏତଲାକୁ ଭିତ୍ତିକରି କେସନଂ- ୧୦୬/୨୨ ରେ ଏକ ମାମଲା ରୁଜୁ କରାଯାଇଥିଲା । ସେହିପରି ଏହି ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ର ଏବଂ ନରହିର ପାତ୍ରଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ଉଭୟ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳକୁ ଭିତ୍ତିକରି ସଦରଥାନା ପୋଲିସ ୨ଟି ମାମଲା ରୁଜୁ କରିଚି । ଏହି ଦୁଇ ଅଭିଯୋଗକୁ ଭିତ୍ତିକରି ୧୦୫/୨୨ ଏବଂ ୧୦୭/୨୨ ରେ ମାମଲା ରୁଜୁ କରି ଉଭୟ ପକ୍ଷରୁ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚି ।
ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ
|
April 11, 2022 |



