ଜମାକାରୀଙ୍କ ଅର୍ଥଲୁଟ କରିଥିବା ଅଭିଯୋଗରେ ଡାକପାଳ ଅଟକ

Spread the love

ଯାଜପୁର ସଦର, ୨୨/୦୮(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଥିବା ଝାଲପଡ଼ା ଶାଖା ଡାକ ପୋଷ୍ଟ ମାଷ୍ଟର ଟଙ୍କା ହଡ଼ପ କରିଥିବା ଅଭିଯୋଗ କରାଯିବା ପରେ ପୋଷ୍ଟ ମାଷ୍ଟରକୁ ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଝାଲପଡ଼ା ପଂଚାୟତର ସାନବାଗସାହୀ ଗ୍ରାମର ରସିକ ପାଢ଼ୀଙ୍କ ସ୍ତ୍ରୀ ମାଳତୀ ପାଢ଼ୀ ଏହି ଡାକଘର ଶାଖାରେ ଜମାଖାତା ଖୋଲି ୫ଲକ୍ଷ ଟଙ୍କା ଶ୍ରୀମତୀ ପାଢ଼ୀ ଜମା ରଖିଥିଲେ । ନିୟମ ଅନୁଯାଇ ଗ୍ରାହକ ସଞ୍ଚୟ ଖାତରେ ଟଙ୍କା ଜମା କରିବା ପରେ ସଂଞ୍ଚୟ ଖାତାକୁ ଫେରସ୍ତ କରିବା ଏଠାରେ ବ୍ୟତିକ୍ରମ ଦେଖାଦେଇଚି । ଏଠାକାର ପୋଷ୍ଟର ରାମ ମୁଣ୍ଡା ତାଙ୍କ ସଂଞ୍ଚୟ ଖାତାକୁ ଫେରସ୍ତ ନକରିବାକୁ ଏହି ମହିଳା ଜଣଙ୍କ ଡାକଘରକୁ ଯାଇ ଡାକପାଳ ଶ୍ରୀ ମୁଣ୍ଡାଙ୍କୁ ମାଗିବାରୁ ଡାକପାଳ ଶ୍ରୀ ମୁଣ୍ଡା ଆଜି କାଲି କହି ସମୟ ଗଡ଼େଇ ଚାଲିଥିଲେ । ଯାହା ଫଳରେ ପାସବୁକ ନେବା ପାଇଁ ଅଡ଼ି ବସିଥିଲେ । ଶ୍ରୀ ମୁଣ୍ଡା ଶ୍ରୀମତୀ ପାଢ଼ୀଙ୍କୁ ଖାତା ଦେବାତ ଦୂରର କଥା ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ଖାତା କେଉଁଠାରେ ମୁଁ ରଖିଦେଇଚି, ମିଳୁନାହିଁ ବୋଲି ବାହାନା କରିଚାଲିଥିବା ବେଳେ, ଏନେଇ ଶ୍ରୀମାତୀ ପାଢ଼ୀ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ଗତ ୧୮ ତାରିଖ ଦିନ ଡାକଘରେ ପହଁଞ୍ôଚ ପୋଷ୍ଟ ମାଷ୍ଟଙ୍କୁ ଜଗିରହିଥିଲେ । ପୋଷ୍ଟ ମାଷ୍ଟର ଶ୍ରୀ ମୁଣ୍ଡା ଡାକଘରେ ପହଁଞ୍ôଚବା ପରେ ବହି ମାଗିଥିଲେ । ବହି ନମିଳିବାରୁ ଶ୍ରୀ ମୁଣ୍ଡାଙ୍କୁ ଅଟକ ରଖିବା ସହିତ ମାଳତୀ ପାଢ଼ୀଙ୍କ ଖାତାରେ ମାତ୍ର ୬୨ ହଜାର ଟଙ୍କା ଜମା କରି ୪ଲକ୍ଷ ୨୮ ହଜାର ଟଙ୍କା ଶ୍ରୀ ମୁଣ୍ଡା ଆତ୍ମସାତ କରିଥିଲେ । ପୋଷ୍ଟମାଷ୍ଟର ଅଟକ ରହିବା ଘଟଣା ଜାଣିବା ପରେ ଧର୍ମଶାଳା ଡାକ ବିଭାଗର ଓଭରସିୟର ପ୍ରବିଣ ଖୁଣ୍ଟିଆ ଘଟଣା ସ୍ଥଳରେ ପହଁଞ୍ôଚଥିଲେ । ଶ୍ରୀ ମିଣ୍ଡା ଘର କେନ୍ଦୁଝର ଜିଲ୍ଲା ଢ଼େଙ୍କିକୋଟ ଗ୍ରାମରେ ସେ ମାଳତୀଙ୍କ କେଉଁଠାରେ ରଖିଛନ୍ତି ତାହା ସୂଚନା ଦେଇ ନାହାଁନ୍ତି । ଶ୍ରୀ ମୁଣ୍ଡା ୫୦ ହଜାର ଟଙ୍କା ଦେବା ସହିତ ବାକି ଟଙ୍କା ଅଳ୍ପ ଦିନରେ ଦେଇଦେବୁ ଆମକୁ ଛାଡ଼ି ଦିଅନ୍ତୁ ବୋଲି କହିବାରୁ ଜମାକାରୀ ଶ୍ରୀମତୀ ପାଢ଼ୀ ଖାତା ସହିତ ସମସ୍ତ ଟଙ୍କା ଦେବା ପାଇଁ ଦାବି କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜାନ ଦେଖା ଦେଇଥିଲା । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଜାମାକାରୀଙ୍କ ଟଙ୍କା ଫେରାଇବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Related Posts

About The Author

Add Comment