ଜନ୍ମାଷ୍ଟମୀ ପାଳନ କରିବାର କିଛି ନିୟମ

Spread the love

ଭୁବନେଶ୍ଵର,୨୨/୦୮ (ସନ୍ଧାନ ନିଉଜ) : ଆଗକୁ ଆସୁଛି କୃଷ୍ଣ ଜନ୍ମାଷ୍ଟମୀ । ଅନେକ ଲୋକମାନେ ନିଜ ଘରେ ଦେବୀ-ଦେବତାଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କ ସ୍ବରୂପ ବାଳଗୋପାଳ ମୂର୍ତ୍ତି ପୂଜା କରିଥାନ୍ତି। ଯାହାକୁ ଲଡୁ ଗୋପାଳ ମଧ୍ୟ କୁହାଯାଇଥାଏ। ଲଡୁ ଗୋପାଳଙ୍କ ପୂଜା ସହ ତାଙ୍କ ସେବା ମଧ୍ୟ ଏକ ଛୋଟ ପିଲା ଭଳି କରାଯାଇଥାଏ। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଭଗବାନଙ୍କ ସେବା କରାଯାଇଥାଏ। ଲଡୁ ଗୋପାଳଙ୍କ ପ୍ରତିମା ପୂଜା କରିବା ଦ୍ବାରା ଘରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ତେବେ ଜାଣନ୍ତୁ ବାଳଗୋପାଳଙ୍କୁ କେମିତି ପୂଜା କରିବେ।

-ସକାଳୁ ଜଲଦି ଉଠିବା ପରେ ପ୍ରଥମେ ବାଳ ଗୋପାଳଙ୍କ ପୂଜା କରିବା ସହ ଭୋଗ ଲଗାନ୍ତୁ।

-ପୁଜାରେ ବ୍ୟବହାର କରାଯାଉଥିବା ସମସ୍ତ ଜିନିଷ ଶୁଦ୍ଧ ହୋଇଥିବା ଆବଶ୍ୟକ। ପୂଜା କରାଯାଉଥିବା ପାତ୍ରକୁ ସଫା ରଖିବା ଉଚିତ।

-ଲଡୁ ଗୋପାଳଙ୍କ ପ୍ରତିମାକୁ ପ୍ରତିଦିନ ଗଙ୍ଗାଜଳରେ ସ୍ନାନ କରାଇବା ଉଚିତ।

-ସ୍ନାନ କରାଇବା ପରେ ଚନ୍ଦନ ଟିକା ଲଗାନ୍ତୁ।

-ପ୍ରତ୍ୟେକ ଦିନ ଭଗବାନଙ୍କ ବସ୍ତ୍ର ପରିବର୍ତ୍ତନ କରନ୍ତୁ। ଏହା ବ୍ୟତୀତ ପ୍ରତ୍ୟେକ ଦିନ ବାର ଅନୁଯାୟୀ ବିଭିନ୍ନ ରଙ୍ଗର ବସ୍ତ୍ର ପିନ୍ଧାଇବା ଉଚିତ।

-ଲଡୁ ଗୋପାଳଙ୍କୁ ମାଖନ, ମିଶ୍ରୀ ଏବଂ ତୁଳସୀ ପତ୍ର ବହୁତ ପସନ୍ଦ। ଏହି କାରଣରୁ ପ୍ରତ୍ୟେକ ଦିନ ଭୋଗରେ ଏହି ଜିନିଷ ନିଶ୍ଚିନ୍ତ ସାମିଲ କରନ୍ତୁ।

-ଭଗବାନଙ୍କୁ ଶୃଙ୍ଗାର କରିବା ପରେ ତାଙ୍କ କାନରେ ମାଳି, ହାତରେ ବଂଶୀ ଏବଂ ମଥାରେ ମୟୁରପୁଚ୍ଛ ଲଗାଇବା ଉଚିତ।

-ଶୃଙ୍ଗାର ଶେଷ ହେବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ଆଳତୀ କରିବା ପରେ ବାଳଗୋପାଳଙ୍କ ଆଳତି କରନ୍ତୁ।

-ଆଳତି ଶେଷ ହେବା ପରେ ଭଗବାନଙ୍କୁ ଝୁଲା ଝୁଲାନ୍ତୁ।

-ସକାଳ ଏବଂ ସନ୍ଧ୍ୟା ଦୁଇଟି ସମୟରେ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ।

-ଘରେ ବାଳଗୋପାଳଙ୍କ ମୂର୍ତ୍ତି ଥିଲେ ଆମିଷ ଭୋଜନ ନକରିବା ସହ ଅଧର୍ମ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

-ରାତିରେ ଶୋଇବା ପୂର୍ବରୁ ପ୍ରଥମେ ବାଳଗୋପାଳଙ୍କୁ ଶୁଆନ୍ତୁ।

-ହୋଲୀ, ଦୀପାବଳୀ ଏବଂ ଜନ୍ମାଷ୍ଟମୀ ଭଳି ପ୍ରମୁଖ ଉତ୍ସବରେ ଭଗବାନଙ୍କୁ ବିଶେଷ ରୁପେ ପୂଜା କରାଯାଇଥାଏ।

Related Posts

About The Author

Add Comment