ଜଣଙ୍କ ପ୍ରୟାସରୁ ସମାଜର ଗଣଙ୍କୁ ସଫଳତା ମିଳେ: ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନର ବାର୍ଷିକ ଉତ୍ସବ

Spread the love

କେନ୍ଦ୍ରାପଡ଼ା, ୧୪/୧୨, (ସନ୍ଧାନ ନ୍ୟୁଜ) ସମସ୍ୟା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ । ନିଜର ଦୈନନ୍ଦିନ ଚଳଣିରେ ଏହା ପ୍ରତିଫଳିତ ହୁଏ। ତେବେ ସାମୂହିକ ସମସ୍ୟାର ସମାଧାନ ଜଣଙ୍କ ପ୍ରୟାସରୁ ଆରମ୍ଭ ହୋଇଥାଏ। ଏଥିରେ ଗଣଙ୍କୁ ସଫଳତା ମିଳିଥାଏ। ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଅନ୍ୟ ଉପରେ ଚାପ ନ ପକାଇ ଜଣେ ବ୍ୟକ୍ତି ନିଃଶୁଳ୍କ ଭାବେ ଶିକ୍ଷାଦାନକରି ସମାଜର ଅନ୍ୟ ବର୍ଗ ଶିଶୁଙ୍କ ସହ ସମକ୍ଷକ କରିବା ଏକ କଠିନ କାର୍ଯ୍ୟ। ତେବେ ଏହି କାର୍ଯ୍ୟ ଗତ ୩ ବର୍ଷ ଧରି ଚାଲିଥୁବା ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନର ବାର୍ଷିକ ଉତ୍ସବରେ ଅତିଥୁମାନେ ମତ ଦେଇଛନ୍ତି ।

ସଂସ୍କୃତିପ୍ରେମୀ ସୁବ୍ରତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ କେନ୍ଦ୍ରାପଡ଼ା ସହରର କଜଳାଠାରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ ମାଧବ ଚନ୍ଦ୍ର ପତ୍ରୀ, ଜିଲା ବିଜେଡି ଯୁବ ସଭାପତି ରାଜେଶ ଦାସ, ଯୁବନେତା ଡ଼. ସୌଭାଗ୍ୟ ପରିଡା, ବୀରେନ୍ଦ୍ର କୁମାର ଦାସ, ଶିକ୍ଷକ ନେତା ଅନାଦି ଚରଣ ପରିଡ଼ା, ସାମାଜିକ କର୍ମୀ ବାନାମ୍ବର ସାହୁ, ଶ୍ରୀଧର ମହାନ୍ତି ଓ ଲୋଭାବତୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା ପାଇଁ ଆଇନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଆଇନର କାର୍ଯ୍ୟକାରିତା ତୃଣମୂଳସ୍ତରରେ ପହଞ୍ଚୁ ପାରୁନାହିଁ। ଆଦିବାସୀ ଜନଜାତିର ଶିଶୁଙ୍କ ଶିକ୍ଷା ବ୍ୟବସ୍ଥାରେ ସାମିଲକରିବା କ୍ଷେତ୍ରରେ ବହୁ ପଛରେ ପତିଛନ୍ତି। କେନ୍ଦ୍ରାପଡ଼ା ସହର ମଧ୍ୟରେ ଥିବା ଜନଜାତି ବସ୍ତିରେ ମଧ୍ୟ ଏପରି ଘଟଣା ରହିଛି। ଏହାକୁ ଦୃଷ୍ଟିରେ ରଖ୍ ମାନବାଧୂକାର କର୍ମୀ ତଥା କେନ୍ଦ୍ରାପଡ଼ା ବ୍ଲକ୍ ଏଣ୍ଡର ଗ୍ରାମର ସାଗର ଜେନା କଜଳାଠାରେ ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ପ୍ରୟାସ ଫଳବତୀ ହୋଇଛି। ଏହି ଅଭିଯାନରେ ପ୍ରଥମ ବର୍ଷ ମାତ୍ର ୪ ଶିଶୁଙ୍କୁ ସାମିଲ କରିଥିବାବେଳେ ଏବେ ଏହାର ସଂଖ୍ୟା ୪୦ରୁ ଉର୍ଦ୍ଧ ହୋଇଛି। ଏହି ଶିଶୁ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଏହି ଅଭିଯାନରେ ଲକ୍ଷାଧିକ ଶିଶୁ ଭବିଷ୍ୟତ ଜଡିତ ଥିବାରୁ ସାଗରଙ୍କୁ ସମସ୍ତ ପ୍ରକାର ସରକାରୀ ଓ ବ୍ୟକ୍ତିଗତ ସହାୟତା ଦିଆଯିବା ସହ ପ୍ରୋତ୍ସାହିତ କରାଯାଉ ବୋଲି ଅତିଥୁମାନେ କଳିଥିଲେ। ଉତ୍ସବକୁ ମନୋଜ ନାୟକ, ରାଧାକାନ୍ତ ମହାନ୍ତି, ଶୁକ୍ରଜିତ ପନ୍ନାଇ, ଗୌତମ ସାହୁ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।

Related Posts

About The Author

Add Comment