ଜଙ୍ଗଲ ଜମିରୁ ବେଧଡକ ଲୁଟ ହେଉଛି ମାଟି ମୋରମ : ଅଭିଯୋଗ ପରେ ବି ଫଳ ଶୂନ୍ୟ

Spread the love

କେନ୍ଦୁଝର,  ୧୯/୧(ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲାର ନଦୀ ପଠା ମାନଙ୍କରୁ ବେଆଇନ ଭାବେ ବେଧଡକ ଚାଲିଥିବା ବାଲି ଲୁଟ ସଂପର୍କରେ ବାରମ୍ବାର ଅଭିଯୋଗ ହେବା ସହ ବିଭିନ୍ନ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଉପରେ ତାହାର ବିଶେଷ ପ୍ରଭାବ ପଡୁନାହିଁ। ଫଳରେ ନଦୀ ପଠାରୁ ବାଲି ଲୁଟ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଯାହା କି ମାଫିଆ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବା ସ୍ୱଭାବିକ ହୋଇଛି। ବାଲି ପରେ ପରେ ମାଫିାଙ୍କ ଲୋଲୁପ ଦୃଷ୍ଟି ପଡିଛି ମୋରମ ଓ ମାଟି ଉପରେ। ଫଳରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଧଡକ ଭାବେ ମାଟି, ମୋରମ ଲୁଟ ହେଉଛି। କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ୱ ସର୍କଲରେ ସର୍ବଧିକ ପରିମାଣର ମାଟି, ମୋରମ ଲୁଟ ହେଉଥିବା ଅଭିଯୋଗ ଆସିଛି। କିନ୍ତୁ ଏ ସଂପର୍କରେ ମଲଦା ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କିମ୍ବା ଲିଖିତ ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷପେ ନିଆଯାଉ ନ ଥିବାର ଅଞ୍ଚଳବାସୀ ଅଭିଯୋଗ ଆଣିବା ସହ ମାଟି ଓ ମୋରମ ଲୁଟକାରୀମାନେ ଅଭିଯୋଗକାରୀଙ୍କ ନାମ ସହଜରେ ଜାଣିପାରି ସେମାନଙ୍କ ପାଇଁ ନାନାଦି ଅସୁବିଧା ସୃଷ୍ଟି କରୁଥିବା ସେମାନେ କହିଛନ୍ତି। ଯାହାକି ଅଧିକାରୀ ଓ ମାଫିଆଙ୍କ ମଧୁର ସଂପର୍କକୁ ଏକ ପ୍ରକାର ସ୍ପଷ୍ଟ କରିଛି ବୋଲି କୁହାଯାଇଛି ଭୌଗଳିକ ଦୃଷ୍ଟି କୋଣରୁ ମଲଦା ରାଜସ୍ୱ ସର୍କଲ ପାହାଡ ଜଙ୍ଗଲ ପରିବେଷ୍ଟିତ ଅଂଚଳ ହୋଇଥିବା ବେଳେ ଏହି ସର୍କଲର ସମସ୍ତ ଗ୍ରାମ ମଧ୍ୟ ଜଙ୍ଗଲ ଇଲାକାରେ ଅବସ୍ଥିତ। କିନ୍ତୁ ଏହି ଅଞ୍ଚଳରେ ଉନ୍ନୟନ ମୂଳକ ଯୋଜନାରେ ରାସ୍ତା, କଲଭର୍ଟ, ଚେକ ଡ୍ୟାମ ଆଦି ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସବୁ କାମ ପାଇଁ ଟେଣ୍ଡର ନେଉଥିବା ଠିକାଦାରମାନେ କାମ ନାଁରେ ଜଙ୍ଗଲ ନଷ୍ଟ କରି, ଜଙ୍ଗଲ ଭିତରେ ବେଆଇନ ରାସ୍ତା ନିର୍ମାଣ କରିବା ସହ ମେସିନ ଲଗାଇ ମାଟି, ମୋରମ ଲୁଟ କରି ଚାଲିଛନ୍ତି।

Related Posts

About The Author

Add Comment