ସୁନ୍ଦରଗଡ଼ ତା:୧୦/୧/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ସୀମାନ୍ତ ଅଞ୍ଚଳ ତଥା ବନ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ଟାଙ୍ଗର ଗାଁ ପଞ୍ଚାୟତ ରେ ହାତୀ ସମନ୍ୱୟ ସ୍ଥାନରେ ସେନ୍ସର ର ବ୍ୟବସ୍ଥା କରାଯାଇଛି । ଏହି ଯନ୍ତ୍ର ଦ୍ୱାରା ଅଞ୍ଚଳବାସୀ ହାତୀ ଆତଙ୍କରୁ ରାତ୍ରିରେ ଆରାମରେ ଶୋଇ ପାରିବେ ବୋଲି ବନ ବିଭାଗ ତରଫରୁ ଆଶ୍ୱାସନା ଦେଇଛନ୍ତି ।
ସବଡେଗା ବନଖଣ୍ଡ ଅନ୍ତର୍ଗତ ଟାଙ୍ଗର ଗାଁ, ରୁଣିପାନୀ ଓ ଦେଓବାହାଲ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ହାତୀ ଘଉଡାଇବା ପାଇଁ ସେନ୍ସର ଲଗାଯାଇଛି । ଏହି ମାଧ୍ୟମରେ ହାତୀ ଆସିବା ମାତ୍ରେ ଜୋରରେ ଶବ୍ଦ ହେବାସହ ସ୍ଥାନ ଆଲୋକିତ
ହେବ , ଏହା ଦ୍ୱାରା ହାତୀ ସ୍ଥାନଛାଡି ପଳାଇବେ ବୋଲି ବନବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି ପଦକ୍ଷେପକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସବଡେଗା ବନପାଳ ଅନୀଲ ପୁରୋହିତ ,ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
ଜଙ୍ଗଲୀ ହାତୀରୁ ଅଞ୍ଚଳବାସୀ ଙ୍କୁ ରକ୍ଷାକରିବା ନେଇ ସବଡେଗା ବନବିଭାଗର ଉଚିତ ପଦକ୍ଷେପ
|
January 11, 2022 |



