ଛାତି ଉପରେ ବୋମା ରଖି ପାକିସ୍ତାନୀ ଲଢ଼ୁଆ ଟ୍ୟାଙ୍କକୁ ଏମିତି ଧ୍ୱଂସ କରିଥିଲେ ଭାରତୀୟ ଯବାନ

Spread the love

ନୂଆଦିଲ୍ଲୀ, ୨୮/୨(ସନ୍ଧାନ ନିୟୁଜ) : ଭାରତ-ପାକିସ୍ତାନ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧର ଏକ ସ୍ମୃତି ଆଜି ବି ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳେ। ଏହା ଭାରତୀୟ ଯବାନଙ୍କ ସଫଳତା ଓ ସାହାସିକତାକୁ ଦର୍ଶାଇ ଥାଏ। ଗୋବର୍ଦ୍ଧନ ଗେଟ୍‌ ପାଖରେ ପାକିସ୍ତାନର ଏହି ଅଭିଜିତ ଟ୍ୟାଙ୍କ୍‌ ରଖା ଯାଇଛି। ଯାହାକୁ ଆମେରିକା ପାକିସ୍ତାନକୁ ଭାରତ ସହ ଯୁଦ୍ଧ କରିବାକୁ ଦେଇଥିଲା।

ପାକିସ୍ତାନକୁ ହରାଇବା ପରେ ଭାରତର ବୀର ଯବାନ ପାକିସ୍ତାନର ଏହି ଅଭିଜିତ ଟ୍ୟାଙ୍କ୍‌କୁ ନିଜ ସହିତ ଭାରତ ନେଇ ଆସିଥିଲେ। ଆମେରିକା ପାକିସ୍ତାନକୁ ଏହି ଟ୍ୟାଙ୍କ ଦେବା ସମୟରେ କହିଥିଲା କି ଏହା ଅଭିଜିତ ଟ୍ୟାଙ୍କ ଅଟେ। ଏଥିରେ କୌଣସି ମିସାଇଲ୍‌, ବୋମା ଆଦି ପ୍ରଭାବ ପକାଇବ ନାହିଁ।

ଯୁଦ୍ଧ ସମୟରେ ଭାରତୀୟ ଯବାନ ଛାତିରେ ବୋମା ରଖି ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ। ଏହାପରେ ପାକିସ୍ତାନର ସମସ୍ତ ଯୋଜନା ପାଣି ଫୋଟକା ଭଳି ମିଳାଇ ଯାଇଥିଲା। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭରତପୁରର ୩ ଜଣ ଯବାନ ସହିଦ ହୋଇଥିଲେ। ଦେଶ ପାଇଁ ତିନିଜଣ ଯବାନଙ୍କ ବଳିଦାନଙ୍କୁ ସମ୍ମାନ ଜଣାଇ ପ୍ରତିରକ୍ଷା ମନ୍ତ୍ରାଳୟ ପାକିସ୍ତାନର ଏହି ଟ୍ୟାଙ୍କ୍‌କୁ  ସ୍ମୃତି ଭାବେ ସଜାଇ ରଖିବା ପାଇଁ ଭରତପୁରକୁ ଦେଇଥିଲେ।

Related Posts

About The Author

Add Comment