ଚୋରି ଶିଶୁପୁତ୍ର ମେଦିନାପୁରରୁ ଉଦ୍ଧାର, ୪ ଗିରଫ

Spread the love
ରାଉରକେଲା,୧୮/୧୨/୨୦୨୦ (ସନ୍ଧାନ ନିଉଜ): ରାଜ୍ୟରେ ଏବେ ଶିଶୁ ଚୋରି ଖବର ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାରରୁ ଅପହରଣ ହୋଇ ମେଦିନାପୁରରେ ବିକ୍ରି ହୋଇଥିବା ଏକ ୫ ବର୍ଷର ଅପହୃତ ଶିଶୁକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣାରେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍‌ ପୁଲିସ ୪ଜଣଙ୍କୁ ଗିରଫ କରିଛିଶିଶୁପୁତ୍ରକୁ ଚୋରାଇ ନେବା ପରେ ପଶ୍ଚିମବଙ୍ଗ ମେଦିନାପୁରର ଜଣେ ମହିଳାଙ୍କୁ ୧ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଚୋରି ରାକେଟ୍‌ରେ ସମ୍ପୃକ୍ତ ୩ ମହିଳା ସମେତ ୪ଜଣ ଗିରଫ ହୋଇଛନ୍ତି।  ରାଉରକେଲା ଡିଏସ୍‌ପି ଅସୀମ ପଣ୍ଡା କହିଛନ୍ତି ଯେ ଚୋରି ଶିଶୁପୁତ୍ର ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କଲା ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ଏବଂ ଏହି ମାମଲାରେ ଶେଖ୍‌ବାବୁ, ମନୁଆ ଦିଦି, ସନ୍ତୋଷୀ ନାଏକ ସମେତ ଆଉ ଜଣକୁ ଗିରଫ କରାଯାଇଛି। ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ସିଡବ୍ଲ୍ୟୁସିକୁ ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି।

Related Posts

About The Author

Add Comment