ବାଣପୁର,୦୮/୦୬ (ସନ୍ଧାନ ନିଉଜ) : ରାଜ୍ୟ ରେ ଲକଡାଉନ ଏବଂ ସଟଡାଉନ ଜାରି ରହିଥିବା ବେଳେ ଦିନକୁ ଦିନ ଦେଶୀ ମଦର ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳିଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ଗ୍ରାମ ବିଟ ଘର ପାଖରେ ଗତକାଲି ଅପରାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା l
ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ ବାରିକ, ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା ଓ ଟିମ୍ ଦ୍ୱାରା ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ ଘର ପାଖରୁ ସାତ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସହ ୫ ଗୋଟି ବାଇକ ଜବତ କରାଯାଇଅଛି l
ସୂଚନାମୁତାବକ ଲକ ଡାଉନ ସମୟରେ ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କରବାର ବୃଦ୍ଧି ପାଉଥିବା ସ୍ଥଳେ ଅବକାରୀ ବିଭାଗ ଓ ପୋଲିସ ସଜାଗ ରହିଛନ୍ତି ଓ ବାରମ୍ବାର ଚଢ଼ାଉ ଜାରି ରଖିଛନ୍ତି l
ଖୋର୍ଦ୍ଧା ଜିଲ୍ଲା ବାଣପୁର ରୁ
ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ



