ଚୋରା ବିଦ୍ୟୁତ୍ ତାର ସହ କାର ଜବତ : ୨ ଗିରଫ

Spread the love

 ଭଦ୍ରକ : ୧୮/୧୨/୨୫ (ସନ୍ଧାନ ନ୍ୟୁଜ )  ୧୧ ବଣ୍ଡଲ ଚୋରା ବିଦ୍ୟୁତ୍ ତାର ଜବତ  ସହ ଘଟଣାରେ ସଂମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ବନ୍ତ ପୁଲିସ ଗିରଫ କରିଛି I ବନ୍ତ ଥାନାର ଏସ୍‌ଆଇ ରଞ୍ଜିତା ବେହେରାଙ୍କ ସହ ପୋଲିସ୍ ଟିମ୍ ବନ୍ତ ଆଗରପଡା ରାସ୍ତାର ପେଟ୍ରୋଲିଂ କରୁଥିବା ସମୟରେ ନିମପଡା ପଟୁ ବନ୍ତ ଆଡକୁ ଦୃତଗତିରେ ଆସୁଥିବା ଇଣ୍ଡିଗୋ ସିଏସ୍ କାରକୁ ସଖିପାଟଣା ଛକ ନିକଟରେ ଅଟକାଇ କାରଟିକୁ ଅଟକାଇ ଯାଞ୍ଚ କରିଥିଲ। ଏହି ସମୟରେ କାର ପଛ ସିଟ୍ ରେ ଥିବା ୧୧ ବଣ୍ଡଲ ବିଦ୍ୟୁତ୍ ତାର, ଏକ କଟର ମେସିନ୍ ଜବତ ହୋଇଥିଲା। ଗାଡି ଭିତରେ ଥିବା ବନ୍ତ ଗ୍ରାମର ସ୍ଵରାଜ ସଂଗ୍ରାମ ସାହା ଓ ଚଣ୍ଡିପୁର ଗ୍ରାମର ମୀର କମୁଲିଦ୍ଦିନଙ୍କୁ ଧରି ପୁଲିସ୍ ଘଟଣା ସ୍ଥଳରୁ ଥାନାକୁ ଆଣିଥିଲେ I ଥାନାରେ ଅଭିଯୁକ୍ତ ମାନଙ୍କୁ ପଚରାଉଚରା ସମୟରେ କାରରେ ଥିବା ସମସ୍ତ ସାମଗ୍ରୀ ଚୋରା ତାର ଜଣାପଡିବା ପରେ ସେଗୁଡିକୁ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଖବରପାଇ ବନ୍ତ ବିଦ୍ୟୁତ୍ ବିଭାଗର ସହକାରୀ ପରିଚାଳକ ଥାନାରେ ପହଞ୍ଚି ତାର ଗୁଡିକ ଏଲଟି କେବୁଲ ବିଦ୍ୟୁତ ତାର ହୋଇଥିବା ଚିହ୍ନଟ କରିଥିଲେ ।  ସେହିପରି ଜବତ ତାର ର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି I ଏନେଇ ବନ୍ତ ପୁଲିସ୍ ଏକ ମାମଲା ରୁଜୁ କରି ୨ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Related Posts

About The Author

Add Comment