ତିହିଡି,27.11.2020 (ଲିଙ୍ଗରାଜ ପଣ୍ଡା): ବର୍ଷଟିଏ ବିତି ଗଲାଣି ସରକାର ପଲିଥିନ ବ୍ୟବହାରକୁ ନିଷିଧ କରିବା ଘୋଷଣା । ଏହି ଘୋଷଣା ବାଟେ ବାଟେ ଚାଲିଛି । କିନ୍ତୁ ଟୁକ ଟୁକ ପଲିଥିନ ଏବେ ସୁଦ୍ଧା ବି ବିଭିନ୍ନ କାରଖାନାରେ ତିଆରି ହୋଇ । ହୋଟେଲ, ରେଷ୍ଟୁରାଣ୍ଟ, ପରିବା ଦୋକାନ, ତେଜରାତି ଦୋକାନ, ଫଳ ଦୋକାନ, ମାଛ ଦୋକାନ ଏପରିକି ଲୁଗା ଦୋକାନ ଗୁଡ଼ିକରେ ବ୍ୟବହାର ହୋଇ ଚାଲିଛି । ବିଭିନ୍ନ ରଙ୍ଗର ପଲିଥିନ କେରି ବ୍ୟାଗ ଯାହାକୁ ଯେତେ ଦୋକାନମାନଙ୍କରେ ବ୍ୟବହାର ହେଉଥିଲେ ମଧ୍ୟ ଏହାକୁ ଧରିବା ପାଇଁ ପ୍ରଶାସନ ଆଖୁ ବୁଜି ଦେଇଛି । ଏହାକୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରଥମେ ଯେଉଁ ପଦକ୍ଷେପ ନେଇଥିଲେ ସେହି ସମୟରେ ବ୍ୟବସାୟୀମାନେ କିଛିଟା ସଞ୍ଜତ ହୋଇଥିଲେ । ପରେ ପ୍ରଶାସନର ଶୀତଳତା ଏହି ବେପାରକୁ ପୁଣି ପ୍ରୋତ୍ସାହନ ଯୋଗାଇ ଦେଇଛି । ପୂର୍ବ ଅପେକ୍ଷା ଏବେ ଏହି ପଲିଥିନି । ବ୍ୟବହାର ବହୁଳ ମାତ୍ରାରେ ବଢ଼ି ଚାଲିଛି । ଏହି ପଲିଥିନ ବ୍ୟବହାର ଉଭୟ । ଆମ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିଲେ ମଧା ତାହା ବୁଝି ମ ଲୋକେ ଏହାର ବ୍ୟବହାରକୁ ଛାଡ଼ି ପାରୁ ନାହାନ୍ତି । କେବଳ ଲୋକେ ସଚେତନ ହେଲେ କିମ୍ବା ପ୍ରଶାସନ ଅଙ୍କୁଶ ଲଗାଇଲେ ଏହାକୁ ରୋକା ଯାଇ ପାରିବା ନାହିଁ । ଏଥିପାଇଁ ଏହାର ମୂଳକୁ ଉପାଡ଼ିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହାର ବ୍ୟବହାର କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି । ଏଥିପାଇଁ ପଲିଥିନି ତିଆରି କରୁଥିବା ଉଦ୍ୟୋଗ ଗୁଡ଼ିକୁ ସରକାର ବନ୍ଦ ନକରି । ଏପରି ବେପାରୀ ଓ ଗ୍ରାହକଙ୍କ ଉପରେ ଅଙ୍କୁଶ ଲଗାଇଲେ କିଛି ଲାଭ ମିଳୁନି ବୋଲି କେତେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । କିନ୍ତୁ ପଲିଥିନ ନିଷିଦ୍ଧ ହେବା ପରେ ସରକାର କପଡ଼ା ଓ ପେପରର କ୍ୟାରି ବ୍ୟାଗ ଉପରେ ଗୁରୁତ୍ବ ନ ଦେବା କାରଣ ମଧ୍ୟ ଏହାର ବ୍ୟବହାର ନ କମିବାର ଆଉ ଏକ କାରଣ । ତେବେ କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକରେ ପ୍ରଶାସନ ଭୟରେ ନାମକୁ ମାତ୍ର କିଛି କିଛି କପଡ଼ା ଓ ପେପର ବ୍ୟାଗ ବ୍ୟବହାର କରାଯାଉଛି । ଏହି ସୂତା କ୍ୟାରି ବ୍ୟାଗ ବହୁଳ । ପରିମାଣରେ ତିଆରି କରିବାକୁ ଲଘୁ, କ୍ଷୁଦ୍ର ଶିଳ୍ପ ନାମରେ ଗାଁ ଗଣ୍ଡାରେ ସୂତା କ୍ୟାରି ବ୍ୟାଗ ତିଆରି ମେସିନ ବସାଇବାକୁ ପ୍ରୋତ୍ସାହନ ଦେଲେ ପଲିଥିନ ବ୍ୟବହାର କମିପାରନ୍ତା । କରୋନ କଟକଣା ସମୟରେ କୋଲକାତାରୁ ବସ ଚଳାଚଳ ବନ୍ଦ ହୋଇଥିଲା । ବେଳେ କେତେକ ବେପାରୀ ଟିକେ ଓ ପିକଅପରେ ପଲିଥିନି ଆଣି ବ୍ୟବସାୟ ଜାରି ରଖୁଥିଲେ । ଏବେ କୋଲକାତାକୁ ବସ ଚଳାଚଳ ସ୍ବାଭିବିକ ହୋଇଥିବାରୁ କିଛି ଦଲାଲ ପଲିଥିନ ବୋହିଆଣି ଭଦ୍ରକ ଜିଲ୍ଲାର ୭ ଟି ବ୍ଳକରେ ଯାହାକୁ ଯେତେ । ବିଛାଇ ଦେଇଛନ୍ତି । ରାଜ୍ୟ ସରକାର ଏବେ କରୋନା ପାଇଁ ଗୁରୁତ୍ବ ଦେଉଥିବା । ବେଳେ କରୋନା ରୋଗୀଙ୍କୁ ପଲିଥିନରେ ଖାଦ୍ୟ ଦିଆଯାଉଥିବା ବେଳେ ସ୍ବାସ୍ଥ୍ୟ ।ବିଭାଗ ତାକୁ ନଜର ଦେଉନାହିଁ । ସରକାରୀ କଳର ଅଧୁକାରୀ ମାନେ ଯଦି ପୂର୍ବ । ନିର୍ଦ୍ଦେଶକୁ କର୍ଯ୍ୟକାରୀ କରି ଭଦ୍ରକ ଜିଲ୍ଲାରୁ ପଲିଥିନ ନିଷିଦ୍ଧ ଆଇନକୁ ବଞ୍ଚାଇବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତେ ତାହା ହେଲେ ଉଭୟ ପରିବେଶ ଓ ସ୍ବାସ୍ଥ୍ୟର ସୁରକ୍ଷା କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।


