ଚାଷୀଙ୍କ ବିଷପାନ କରି ଆତ୍ମହତ୍ୟା

Spread the love

ବଲାଙ୍ଗୀର, ୧୩/୦୪/୨୦ (ସନ୍ଧାନ ନିଉଜ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ନେପାଲ ରଣା (୩୬) ନାମକ ଜଣେ ଚାଷୀ କୀଟନାଶକ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ପୂର୍ବାହ୍ନରେ ସେ ଫସଲରେ ଦିଆଯାଉଥିବା କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ପ୍ରଥମେ ଆମ୍ବୁଲାନ୍ସ ଜୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଓ ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗୀର ସନ୍ଥ ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସେ ବଲାଙ୍ଗୀରରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।

ଗତ କାଲି ଶନିବାର ଦିନ ତାଙ୍କର ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କର ଦୁଇଟି ଛୋଟ ଶିଶୁ ଓ ସ୍ତ୍ରୀ ଥିବା ବେଳେ ପରିବାର ଲୋକେ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ପରିବାର ଲୋକେ ଚାଷ ଘୁର୍ଣ୍ଣିଝଡରେ ଉଜୁଡିବା ଯୋଗୁଁ ବିଷ ଖାଇଥିବା କହୁଥିବା ବେଳେ କେଉଁ କାରଣରୁ ବିଷ ପିଇଲେ ପୋଲିସ ତଦନ୍ତ ଜାରି ରହିଛି ବୋଲି ପୋଲିସ ପ୍ରକାଶ କରିଛି।

Related Posts

About The Author

Add Comment