ବାରିପଦା ୦୧/୦୮/୨୦୨୦ (ସନ୍ଧାନ ନିଉଜ):- କରୋନା ମହାମାରୀ ବେଳେ ଚାଷୀ ଅର୍ଥ ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ସ୍ଲୋଗାନ ଜୟଯବାନ …… ଜୟ କିଷାନକୁ ଆଜି ପୁଣି ଉଜ୍ବିବୀତ କରିଛନ୍ତି ଯୁବ ସାମ୍ବାଦିକ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କର ସହକର୍ମୀ ସାମ୍ବାଦିକ ଶୁକଦେବ ଗିରି,ଲିଟୁ କୁମାର ମୁଦୁଲି ,ଋଣଜିତ କୁମାର ଦାସ । ବିଶ୍ବଜିତ ପଣ୍ଡା ଆଦି ଗରିବ ଚାଷୀଙ୍କ ବିଲରେ ଧାନଗଛ ରୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଅବସ୍ଥିତ ରାସଗୋବିନ୍ଦପୁର ବ୍ଲକର ୭୦ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସମେତ ୧୫ ପ୍ରତିଶତ ବୁହତଚାଷୀ ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ କରି ଜୀବନ ଜୀବିକା ନିର୍ବାହ କରି ଥାଆନ୍ତି । ସ୍ବାଧୀନତା ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଏ ବ୍ଲକର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ନାହିଁ । ମୈସୁମୀ ବର୍ଷା ଓ ଲଘୁଚାପ ବର୍ଷା ଉପରେ ନିର୍ଭର କରି ଏ ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି । ଏ ଭଳି ସ୍ଥିତିରେ ଯୁବ ସାମ୍ବାଦିକ ଲିଙ୍ଗରାଜ ପଣ୍ଡା ସମେତ ପାଞ୍ଚଜଣ ସେଚ୍ଛାସେବୀ ଝିଙ୍କିରିଆ ପଞ୍ଚାୟତର ଝିଙ୍କିରିଆ ଗ୍ରାମର ଚାଷୀ ଅନୁଜ ରାମ ଙ୍କ ୧୬ ଗୁଣ୍ଠ ଜମିକକୁ ରୋଇଛନ୍ତି । ହିଡ ଦେଇ ଗରିବ ଚାଷୀ ଅନୁଜ ରାମ ବିଲକୁ ମାତ୍ର ଘଣ୍ଟାଏରେ ପୋତି ଶେଷ କରିଛନ୍ତି । ହାତରେ କଲମ ଧରି ଦେଶ ମାତୃକାର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଏହି ସାମ୍ବାଦିକ ମାନେ ଆଜି ଚାଷ କାମରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ।
ପଞ୍ଚାୟତର ଝିଙ୍କିରିଆ ସାହିର ଅନୁଜ ରାମ୍ ଜଣେ ଗରିବ ଚାଷୀ ଘର ଛପର କରିବାକୁ ଟଙ୍କା ନାହିଁ। ବାପା ଗୋଣାପ ଅମଳରୁ ଥିବା ୧୬ ଗୁଣ୍ଠ ଜମି ସେ ଚାଷ କରିବାକୁ ଅସମର୍ଥ ଥିଲେ । ଏହି ଖବର ପାଇଁ ଯୁବସାମ୍ବାଦିକ ଲିଙ୍ଗରାଜ ପଣ୍ଡା ,ଅଣ୍ଟାଭିଡିଥିଲେ । ଅନୁଜ ରାମ ଜମିକୁ ହଳ କରିବା ସହ ୧୬ ଗୁଣ୍ଠ ଜମିକୁ ମାତ୍ର କେଇ ଘଣ୍ଟାରେ ରୋଆ ସାରିଥିଲେ । ଏତିକିରେ ସେମାନେ ଅଟକି ନଥିଲେ । ସେହି ପଞ୍ଚାୟତର କଣ୍ଟାବଣିଆ ଗାଁର ଗରିବ ଚାଷୀ ବାବାଜୀ ଲୋହାର ଙ୍କ ୩ ଗୁଣ୍ଠ ଜମିକୁ ମଧ୍ୟ ସେମାନେ ହୋଇଥିଲେ । ତା’ପରେ ବିଲରେ ମୂଲ ଲାଗୁଥିବା ମଜୁରିଆ ମାନଙ୍କ ସହ ଦୁଃଖ ସୁଖ ହୋଇଥିଲେ । ସେଠାରେ ଠିକାରେ କାମ କରୁଥିବା ଶ୍ରମିକମାନଙ୍କ ସହ ମିଶି ଉପୁଡା ଓ ଧାନ ପୋତା କାମ କରିଥିଲେ । ଧାନ ରୋଇ ସରିବା ପରେ ସମୃକ୍ତ ଶ୍ରମିକଙ୍କ ମଧ୍ୟରୁ ପୁରୁଷଙ୍କୁ ଲୁଙ୍ଗି, ଗାମୁଛା ଓ ମହିଳାଙ୍କୁ ଶାଢ଼ୀ ବାଣ୍ଟି ଥିଲେ । ସର୍ବଶେଷରେ ବାରିପଦା ରେ ଥିବା ବିଭିନ୍ନ ପାର୍କ କୁ ସଫା କରିଥିଲେ । ଯୁବ ସାମ୍ବାଦିକ ଲିଙ୍ଗରାଜ ପଣ୍ଡା ପହଞ୍ଚ ଯେଉଁ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ତାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।