ଚାଲିଗଲେ ଆଉ ଜଣେ ଅମୂଲ୍ୟ ରତ୍ନ

Spread the love

ଅନୁଗୁଳ, ୦୬.୦୨.୨୦୨୧(ସନ୍ଧାନ ନିଉଜ୍):-  ଚାଲିଗଲେ ଆଉ ଜଣେ ଅମୂଲ୍ୟ ରତ୍ନ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ବିଛନ୍ଦ ଚରଣ ପ୍ରଧାନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା । କଣିହାଁ କଂସମୁଣ୍ଡା ବାସ ଭବନରେ ସେ ଶେଷ ନିଶ୍ୱସ ଛାଡ଼ିଥିବା ସୂଚନା ମିଳିଛି । ଶ୍ରୀ ପ୍ରଧାନ ୧୯୧୮ ମସିହା ଫେବୃଆରୀ ୨୦ ରେ କଂସମୁଣ୍ଡାରେ ଜନ୍ମ ଗ୍ରହଣ କରିଥିଲେ । ପିଲା ଦିନରୁ ସେ ଇଂରେଜ ଶାସନ ବିରୁଦ୍ଧରେ ଦେଶ ସ୍ୱାଧୀନତା ପାଇଁ ଲଢ଼ିବା ସହ ରାଜତନ୍ତ୍ର ବିରୁଦ୍ଧରେ ମଧ୍ୟ ଲଢ଼ିଥିଲେ । ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ଥିଲେ। ତାଙ୍କୁ ଅନେକ ସଂଗଠନ ଏବଂ ପ୍ରଶାସନ ପକ୍ଷରୁ ବହୁ ସମ୍ନାନରେ ସମ୍ନାନିତ କରାଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁରେ କଣିହାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ ପାଇଁ କଣିହାଁ ସ୍ଥିତ କଂସମୁଣ୍ଡା ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି ।

Related Posts

About The Author

Add Comment