ଚାନ୍ଦବାଲି ବିଜେପି ର ନେତା କିଏ ହେବ।

Spread the love

ଚାନ୍ଦବାଲି ବିଧାନସଭା ଆସନ ଭଦ୍ରକ ଜିଲ୍ଲାର ଏକ ସ୍ୱାଭିମାନ ସମ୍ପନ୍ନ ବିଧାନସଭା ଆସନ। ଏକଦା ଏହି ଆସନ ଟି କଂଗ୍ରେସର ଗଡ ଥିଲା। ଓଡିଶା ରାଜନୀତି ଇତିହାସ ରେ ଚାନ୍ଦବାଲି ଏକ ପୃଷ୍ଠା ହିସାବ ରେ ତାର ପରିଚୟ ସୃଷ୍ଟିକରି ସମଗ୍ର ମାନବ ସମାଜ କୁ ଏକ ବାର୍ତ୍ତା ଦେଇସାରିଛି ।ଶିକ୍ଷା, ସ୍ବାସ୍ଥ୍ୟ,ବେପାର ବାଣିଜ୍ୟର ଏକ ପେଣ୍ଠ ସ୍ଥଳୀ ହେଉଛି ଚାନ୍ଦବାଲି। ଶ୍ରୀଯୁକ୍ତ ବୈରାଗୀ ଜେନା, ନେତ୍ରାନନ୍ଦ ମଲ୍ଲିକ, ବିଜୟ ନାୟକ, ବିଷ୍ଣୁ ସେଠୀ ଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଚାନ୍ଦବାଲି ର ସେବା କରିବା ପାଇଁ ସୁଯୋଗ ପାଇ ଥିଲେ। ବର୍ତ୍ତମାନ ଏହି ଆସନ ଟି ସାଧାରଣ ବର୍ଗ ଙ୍କ ପାଇଁ ଉଦ୍ଦିଷ୍ଟ। ବିଜେପି ରାଜ୍ୟ ସଭାପତି,ମନମୋହନ, ସାମଲ, ବିଜେଡି ବିଧାୟକ ବ୍ୟୋମକେଶ ରାୟ, ଓ କଂଗ୍ରେସ ର ଅମିୟ ମହାପାତ୍ର ଙ୍କ ମଧ୍ୟ ରେ ଜୋରଦାର ଫାଇଟ ହୋଈ ଥିଲା। ମାତ୍ର ଦୁଇ ହଜାର ଭୋଟ ପାଇଁ ମନମୋହନ ସାମଲ ହାରି ଯାଇ ଥିଲେ। ନିର୍ବାଚନ ରେ ହାରି ମଧ୍ୟ ସେ ଲୋକ ଙ୍କ ସେବା କରିବାକୁ ପଛ ଘୁଁଛା ଦେଇ ନ ଥିଲେ। ବର୍ତ୍ତମାନ ରାଜ୍ୟ ସଭା ନିର୍ବାଚନ ରେ ସେ ଜିତି ସାରିବା ପରେ ଚାନ୍ଦବାଲିର ନୂଆ ମୁଖିଆ କିଏ ହେବ ତାକୁ ନେଇ ଅନେକ ପ୍ରଶ୍ନ,। ଦେଖିବକୁ ବାକି ରହିଲା ଚାନ୍ଦବାଲିକୁ କେଉଁ ନେତା ସମ୍ଭାଳିପାରୁ ଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ୍।

Related Posts

About The Author

Add Comment