ଚର୍ଚ୍ଚାରେ ବିବାଦୀୟ ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ

Spread the love

ଭୁବନେଶ୍ୱର, ୧୬/୦୪/୨୦ (ସନ୍ଧାନ ନିଉଜ) : ସାରା ବିଶ୍ୱକୁ ଘାରିଛି କରୋନା ଭୟ । ଏପରି ସମୟରେ ବିଦେଶରେ ଥିବା ଭାରତୀୟ ନିଜ ଦେଶକୁ ଚାଲି ଆସିବାକୁ ଚାହୁଁଛନ୍ତି । ସରକାର ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶ ଉଡିଯିବାକୁ କହୁଛନ୍ତି । ସେହେଲେ ବିବାଦୀୟ ଆଇଟମ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପ୍ରାଇଭେଟ୍ ଜେଟ୍ ମାଗିଛନ୍ତି ରାକ୍ଷୀ ସାୱନ୍ତ ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସେୟାର କରି ରାକ୍ଷୀ ସାୱନ୍ତ କହିଛନ୍ତି ସେ ବି ନିଜ ସ୍ୱାମୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି । ଯାହା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଅପିଲ କରି କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭେଟ୍ ଜେଟ୍ ଦିଆଯାଉ । ଯେଉଁଥିରେ ସେ ଭାରତ ବାହାରକୁ ଉଡି ପଳେଇବେ ନିଜ ସ୍ୱାମୀଙ୍କ ନିକଟକୁ ।

Related Posts

About The Author

Add Comment