ଭୁବନେଶ୍ବର, ୨୪/୦୪/୨୨ (ସନ୍ଧାନ ନିଉଜ) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ୱାମୀ । ହତ୍ୟାକାରୀ ବିଜୟ ସିଟିଟିସି ମେକାନିକାଲ୍ରେ ବିଭାଗରେ କାମ କରୁଥିବା ସୂଚନା ମିଳିିିଛି।ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସ୍ୱାମୀ ବିଜୟ ସେଠୀକୁ ଅଟକ ରଖିଛି ପୁଲିସ୍। ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ହତ୍ୟା କାଣ୍ଡ କାହିଁକି ଘଟିଲା ? ଘରୋଇ ହିଂସା ନା ଆଉ କିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡ଼ି ନାହିଁ।




